ଆଲବମ ଅଭିନେତା ସତ୍ୟଜିତ ପୁରୋହିତଙ୍କ ପରଲୋକ, ଓଡ଼ିଆ ମେଗା ଧାରାବାହିକ ‘ପରୀ’ରେ କରିଥିଲେ ଅଭିନୟ

କଣ୍ଟାବାଞ୍ଜି (କେନ୍ୟୁଜ): ଜଣାଶୁଣା ସମ୍ବଲପୁରୀ ତଥା ମେଗା ଧାରାବାହିକ ଅଭିନେତା ସତ୍ୟଜିତ ପୁରୋହିତଙ୍କ ଆଜି ମୃତ୍ୟୁ ହୋଇଛି । ମୃତ୍ୟ ବେଳେ ତାଙ୍କ ୩୨ ବର୍ଷ ହେଉଥିଲା । ପୁର୍ବରୁ ସେ କୌଣସି ଅଜଣା ରୋଗରେ ପଡିତ ହୋଇ ସୁସ୍ଥ ହୋଇଥିଲେ । ତେବ ଆଜି ସକାଳ ସମୟରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକ ପ୍ରଥମେ କଂଟାବାଞ୍ଜି ସହରର ଏକ ଘରୋଇ କ୍ଲିନିକକୁ ଚିକିତ୍ସା ପାଇଁ ନେଇଥିଲେ । ଡାକ୍ତର ସରକାରି ଡାକ୍ତରଖାନାରେ ଚିକିତ୍ସା କରାଇ ଅନ୍ଯତ୍ର ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ । ପରେ କଂଟାବାଞ୍ଜି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଇ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜକୁ ନେଇଯାଉଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିଲା ।

ସେଠାରେ ଡାକ୍ତର ମୃତ୍ୟ ଘୋଷଣା କରିଥିଲେ । କଂଟାବାଞ୍ଜିକୁ ମର ଶରୀର ଆଣିଥିବା ବେଳେ ଏଠି ଆଶ୍ରମପଡା ସ୍ଥିତ ଶ୍ମସାନ ଘାଟରେ ଶେଷକୃତ ସଂପନ୍ନ କରାଯାଇଥିଲା । ସତ୍ୟଜିତ ଅନେକ ସମ୍ବଲୁପରି, ନାଗପୁରି ଗିତରେ ଅଭିନୟ କରିଥିବା ବେଳେ ସାର୍ଥକ ଚେନେଲରେ ଆସୁଥିବା ମେଗା ଧାରାବାହିକ ପରିରେ ଅଭିନୟ କରିଥିଲେ । କଂଟାବାଞ୍ଜି ସତ୍ୟଜିତଙ୍କ ଘର ହୋଇଥିବା ବେଳେ ସେ ଭରନେଶ୍ୱ୍ରେ ରହୁଥିଲେ । ତେବେ ସ୍ଯାସ୍ଥଗତ ସମସ୍ଯା ଯୋଗୁ ପୁଣି କଂଟାବାଞ୍ଜି ଫେରିଆସିଥିଲେ । ସତ୍ୟଜିତଙ୍କ ମୃତ୍ୟୁ ଖବର ଜାଣିବା ପରେ ଅଂଚଳରେ ଶୋଜର ଛାୟା ଖେଲିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.