୧୪ଟି ଦେଶକୁ ଅତିକ୍ରମ କରିଛି ଦୁନିଆର ସବୁଠୁ ଲମ୍ବା ହାଇେଓ୍ଵ PAN-America Highaway , ଏଠି ଦେଖିବେ ଆପଣ ଜଙ୍ଗଲ ଠୁ ଆରମ୍ଭ କରି ମରୁଭୂମି କ୍ଷେତ୍ର

ଆମେରିକା ଏମିତି ଏକ ଦେଶ ଯେଉଁଠାକୁ ଯିବାକୁ କିଏ ବା ନ ଚାହେଁ। ବିଦେଶ ଭ୍ରମଣ କରିବା କଥା କହିଲେ ମନରେ ପ୍ରଥମେ ଏହି ଦେଶ ନାଁ ଆସେ। ଆମେ ଏହି ଦେଶର ଗୋଟିଏ ବଡ଼ ସିକ୍ରେଟ ସମ୍ପର୍କରେ ଆପଣଙ୍କୁ କହିବୁ। ଯାହା ରହିଛ ି ରୋଡ଼ ମ୍ୟାପକୁ ନେଇ.. ଏଠାରେ ରହିଛି ଦୁନିଆର ସବୁଠାରୁ ଲଙ୍ଗ ହାଇାେଓ୍ଵ। ଯାହାକି ଅତିକ୍ରମ କରିଛ ି ୧୪ ଟି ଦେଶକୁ.. ଏହି ହାଇେଓ୍ଵରେ ଯିବା ସମୟରେ ଆପଣ ଘଞ୍ଚ ଜଙ୍ଗଲ, ମରୁଭୂମି ଓ ବରଫାଞ୍ଚଳ ଭଳି ତିନୋଟି ମୁଖ୍ୟ କ୍ଷେତ୍ରକୁ ଅତିକ୍ରମ କରିବେ। ଏବେ ଜାଣନ୍ତୁ ଏହି ହାଇେଓ୍ଵ ସମ୍ପର୍କରେ..

ଦୁନିଆର ସବୁଠାରୁ ଲମ୍ବା ହାଇେଓ୍ଵ ଯାହାର ନାମ ହେଉଛି PAN-America Highaway । ଯାହା ଅନେକ ଭୌଗଳିକ କ୍ଷେତ୍ରକୁ ଅତିକ୍ରମ କରେ। ଏହା ଏତେ ଲମ୍ବା ଯେ ଏହାର ନାମ ଗିନିଜ ବୁକ ଅଫ ଓ୍ଵାଲର୍ଡ ରେକର୍ଡରେ ସ୍ଥାନିତ ହୋଇଛି। ଏହି ରାସ୍ତାରେ ଯିବା ସମୟରେ ଜଙ୍ଗଲ, ପାହାଡ଼ ଓ ବରଫଅଞ୍ଚଳର ଅନୁଭୂତି ସହିତ ଶୁଖିଲା ପାଗର ଅନୁଭବ କରିବେ। ଏହା ଆମେରିକାର ମହାଦ୍ୱୀପରେ ତିଆରି ହୋଇଛି। ଏଥିରେ ଉତ୍ତର ଓ ଦକ୍ଷିଣ ଆମେରିକା ଦୁଇଟି ଯୋଡ଼ି ହୋଇ ରହିଛି। ତେବେ ଏତେ ଲମ୍ବା ହାଇେଓ୍ଵ ତିଆରି ହେବା ପଛରେ କଣ କାରଣ ରହିଛି ? ଜାଣନ୍ତୁୁ ଆମ ସହ ଏହି ସ୍ପେଶାଲ ରିପୋର୍ଟରୁ..

ପୂର୍ବରୁ ମଧ୍ୟ ଆମେରିକା ମାନେ central american countries ମଧ୍ୟରେ ରାସ୍ତା ନଥିଲା। ଯାହା କାରଣରୁ ବ୍ୟାପାର ମଧ୍ୟ କମ ହେଉଥିଲା। ତେଣୁ ଏହି କାରଣ ରୁ PAN-America Highway ତିଆରି କରାଗଲା। ତେବେ ଏହାର ୩ୟ ଚରଣ ଏବେ ପର୍ଯ୍ୟନ୍ତ ପୂରା ହୋଇନାହିଁ। ଏହି ରାସ୍ତାରେ ଗ୍ଲାସିୟର ମଧ୍ୟ ପଡ଼ିଥାଏ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ହାଇେଓ୍ଵ ମୋଟ ୩୦ ହଜାର କିଲୋମିଟର ଲମ୍ବା। ଏମିତିରେ ଯାତ୍ରୀ ମାନଙ୍କୁ ଏହି ହାଇେଓ୍ଵ କୁ ପାର ବା ଅତିକ୍ରମ କରିବା ପାଇଁ ଅନେକ ମାସ ଲାଗିଯାଏ।

PAN-America Highaway ରେ ଡ୍ରାଇଭ କରିବା ଆଦୌ ବି ସହଜ ନୁହେଁ। ଏହାର ମୁଖ୍ୟ କାରଣ ଏହା କି ପୁରା ହାଇେଓ୍ଵ ରେ ବିଭିନ୍ନ ପ୍ରକାର ପରିସ୍ଥିତି ଓ ସ୍ଥାନ ଦେଇ ଯିବାକୁ ପଡ଼ିଥାଏ। ଅନେକ ରେଗିସ୍ତାନ କ୍ଷେତ୍ର ବି ରହିଛି ଯାହା କି ପ୍ରାୟ ଅଧିକ କିଲୋମିଟରର, ଏହାସହ ଜଙ୍ଗଲ ଓ ଅନ୍ୟ ସ୍ଥାନ ମଧ୍ୟ ରହିଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ଏହା ସମସ୍ୟା ସୃଷ୍ଟି କରିପାରେ। ତେଣୁ ବଦଳୁଥିବା ସ୍ଥାନ ତଥା ପରିସ୍ଥିିତିକୁ ନଜରରେ ରଖିଲେ ଏହି ହାଇେଓ୍ଵରେ ଯିବା ବହୁତ କଷ୍ଟ ହୋଇଥାଏ। କେତେବେଳେ ବି ଯାତ୍ରୀ ମାନେ କୌଣସି ବି ସମସ୍ରାର ସମ୍ମୁଖିନ ହୋଇପାରନ୍ତି। ତେଣୁ ଯିବା ସମୟରେ ଅନେକ ଧ୍ୟାନ ରଖିବାକୁ ପଡ଼େ।

ତେବେ ହାଇେଓ୍ଵର ଇତିହାସକୁ ଯଦି ଦେଖିବା ତେବେ ଏହାର ଯୋଜନା ୧୮୮୯ ରେ PAN-America ସମ୍ମିଳନୀରେ ହୋଇଥିଲା। ସେହି ସମୟରେ ଏହାକୁ ରେଳମାର୍ଗ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏହାକୁ ନେଇ ଅନେକ ଦିନ ଧରି ଚର୍ଚ୍ଚା ଧରିଥିଲା। ପରେ ଆର୍ଥିକ ମାନ୍ଦା ଅବସ୍ଥା ପର ବର୍ଷ ସମ୍ମିଳନୀରେ ଥିବା ୧୪ ଟି ଦେଶ ଏହାକୁ ହାଇେଓ୍ଵ କରିବା ପାଇଁ ସହମତି ପ୍ରଦାନ କରିଥିଲେ। ୨୯ ଜୁଲାଇ ୧୯୩୭ରେ ଆର୍ଜେଣ୍ଟିନା, ବଲିଭିୟା, ଚିଲୀ, କଲମ୍ବିଆ, କାଷ୍ଟୋରିକା, ଅଲ ସଲ୍ଵାଡୋର, ଗ୍ଵାଟୋମାଲା, ହାଣ୍ଡୁରାସ୍‌, ମେକ୍ସିକୋ, ନିକାରାଗୁଆ, ପାନାମା, ପେରୁ, କନାଡ଼ା ଓ ସଂଯୁକ୍ତ ରାଷ୍ଟ୍ର ଆମେରିକା ଏଥିପାଇଁ ଅନୁମତି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.