ଆଜିଠାରୁ ଯୁକ୍ତ ୨ ନାମଲେଖା ପ୍ରକ୍ରିୟା ଆରମ୍ଭ, ଛାତ୍ରଛାତ୍ରୀମାନେ ସାଙ୍ଗରେ କେବଳ ଜଣେ ଅଭିଭାବକଙ୍କୁ ଆଣିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ୨ ନାମଲେଖା ପ୍ରକ୍ରିୟା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ଥିବା ୨୦୨୮ ଉଚ୍ଚ ମାଧ୍ୟମିକ ସ୍କୁଲ ମାନଙ୍କରେ ହେବ ନାମଲେଖା ପ୍ରକ୍ରିୟା । ଆସନ୍ତା ୨୬ ତାରିଖ ଯାଏଁ ଚାଲିବ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା । ଛାତ୍ରଛାତ୍ରୀମାନେ ସାଙ୍ଗରେ କେବଳ ଜଣେ ଅଭିଭାବକଙ୍କୁ ଆଣିପାରିବେ ।

ସାମାଜିକ ଦୂରତା ରଖିବା ସହ ମାସ୍କ ବ୍ୟବହାର କରିବେ । ସାଙ୍ଗରେ ହ୍ୟାଣ୍ଡ ସାନିଟାଇଜର ଆଣିବାକୁ କୁହାଯାଇଛି । ୧୫ ଜଣିଆ ଗ୍ରୁପ କରି ଛାତ୍ରଛାତ୍ରୀଙ୍କୁ ନାମ ଲେଖା ପାଇଁ ଭିତରକୁ ଛଡାଯିବ । ଯୁକ୍ତ ୨ ର ପ୍ରଥମ କଟ୍‌ ଅଫ୍‌ ରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲ ସମସ୍ତଙ୍କ ପ୍ରଥମ ପସନ୍ଦ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.