କେନ୍ଦ୍ରାପଡା: ରାଜନଗର ମାଣପଡା ଗାଁରେ ମାଆ ଝିଅ ମୃତ୍ୟୁ ଘଟଣା, ମାମୁଁ ପୁଅ ଭାଇକୁ ଗିରଫ କଲା ରାଜନଗର ପୋଲିସ

କେନ୍ଦ୍ରାପଡା(କେନ୍ୟୁଜ୍): ରାଜନଗର ମାଣପଡା ଗାଁରେ ମାଆ ଝିଅ ମୃତ୍ୟୁ ଘଟଣା । ମାମୁଁ ପୁଅ ଭାଇକୁ ଗିରଫ କଲା ରାଜନଗର ପୋଲିସ । ଅଭିଯୁକ୍ତର ଗିରଫ ଦାବିରେ ୩ଦିନ ଧରି ଗାଁ ଦାଣ୍ଡରେ ପଡିରହିଥିଲା ମାଆ ଝିଅଙ୍କ ମୃତଦେହ । ବିଡିଓ, ତହସିଲଦାର ଓ ରାଜନଗର ଆଇଆଇସି ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ଧାରଣା ଉଠିଥିଲା ।

ପୂର୍ବରୁ ସଞ୍ଜୟ ବେହେରା ଗିରଫ ହୋଇଥିବାବେଳେ ଆଜି ତା ଭାଇ ହିମାଂଶୁ ଗିରଫ କରିଛି ପୋଲିସ । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି କେନ୍ଦ୍ରାପଡା ଏସ୍‌ପି ନୀତିଶେଖର । ସୂଚନା ମୁତାବକ, ଗାଁର ପ୍ରମିଳା ନାଥ ଓ ତାଙ୍କ ଝିଅ ସତ୍ୟପ୍ରିୟାଙ୍କ ମୃତଦେହ ଭିନ୍ନ ଭିନ୍ନ ସ୍ଥାନରୁ ମିଳିଥିଲା । ମା ଝିଅଙ୍କୁ ମାମୁଘର ଲୋକ ହତ୍ୟା କରିଥିବା ଅଭିଯୋଗରେ ଧାରଣା ଦେଇଥିଲେ ଗ୍ରାମବାସୀ ।

Leave A Reply

Your email address will not be published.