ପୋଲିସ ଓ ଡ୍ରାଇଭର ଖଣ୍ଡଯୁଦ୍ଧ ମାମଲା: ୧୨ ଗିରଫ, ଆଗକୁ ବଢ଼ିପାରେ ଆକ୍ରମଣକାରୀଙ୍କ ସଂଖ୍ୟା

ପୋଲିସକୁ ଆକ୍ରମଣ ଘଟଣାରେ ୧୨ ଜଣଙ୍କୁ ଗିରଫ କଲା ଗଞ୍ଜାମ ପୋଲିସ । ସୂଚନା ଦେଲେ ଗଞ୍ଜାମ ଅତିରିକ୍ତ ଏସପି ପ୍ରଦୀପ କୁମାର ଦଳାଇ ।

ଛତ୍ରପୁର (କେନ୍ୟୁଜ): ପୋଲିସ ଓ ଡ୍ରାଇଭର ଏକତା ମହାସଂଘ ଖଣ୍ଡଯୁଦ୍ଧ ମାମଲା । ପୋଲିସକୁ ଆକ୍ରମଣ ଘଟଣାରେ ୧୨ ଜଣଙ୍କୁ ଗିରଫ କଲା ଗଞ୍ଜାମ ପୋଲିସ । ସୂଚନା ଦେଲେ ଗଞ୍ଜାମ ଅତିରିକ୍ତ ଏସପି ପ୍ରଦୀପ କୁମାର ଦଳାଇ । ଗତକାଲି ଚମାଖଣ୍ଡି ଥାନା ପକୁଡିବନ୍ଧ ଛକ ନିକଟରେ ଡ୍ରାଇଭର ମାନେ ଆନ୍ଦୋଳନ କରିବା ସମୟରେ ବିଭିନ୍ନ ଗାଡି ଗୁଡିକୁ ଭଙ୍ଗା ରୁଜା କରିବା ସହିତ ପୋଲିସ କୁ ଆକ୍ରମଣ କରିଥିଲେ । ଏଥିରେ ୬ ରୁ ଉର୍ଦ୍ଧ ପୋଲିସ କର୍ମଚାରୀ ଆହତ ହୋଇଥିଲେ l ବର୍ତ୍ତମାନ ସୁଦ୍ଧା ଆଉ ୭ ଜଣଙ୍କୁ ପୋଲିସ ଅଟକ ରଖିଛି । ଆଗକୁ ଗିରଫ ସଂଖ୍ୟା ବଢ଼ିପାରେ ବୋଲି ଅତିରିକ୍ତ ଏସପି ଶ୍ରୀ ଦଳାଇ ସୂଚନା ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.