Below header

ନିର୍ବାଚନ ପରେ ହିଂସା : ଯାଜପୁର ମଙ୍ଗଳପୁରରେ ବିଜୟୀ ପ୍ରାର୍ଥୀ ପରାଜିତ ପ୍ରାର୍ଥୀଙ୍କ ଘରେ ଆକ୍ରମଣ ଓ ଭଙ୍ଗାରୁଜା କରିଥିବା ଅଭିଯୋଗ

ଯାଜପୁର ଟାଉନ୍(କେନ୍ଯୁଜ୍): ଯାଜପୁର ଦଶରଥପୁର ବ୍ଳକ ମଙ୍ଗଳପୁର ପଂଚାୟତରେ ନିର୍ବାଚନୀ ପରବର୍ତ୍ତି  ହିଂସା । ସରପଞ୍ଚ ନିର୍ବାଚନ ଫଳାଫଳକୁ କେନ୍ଦ୍ର କରି ହିଂସାକାଣ୍ଡ। ଅଭିଯୋଗ ମୁତାବକ ମଙ୍ଗଳପୁର ପଂଚାୟତ ନିର୍ବାଚନରେ ପଙ୍କଜିନି ମହାପାତ୍ର ପରାସ୍ତ ହୋଇଥିଲେ। କିନ୍ତୁ ଗତକାଲି ବିଳମ୍ବିତ ରାତ୍ରିରେ ବିଜୟୀ ସରପଞ୍ଚଙ୍କ ସମର୍ଥକମାନେ ଶମ୍ଭୁନାଥ ମଲିକଙ୍କ ଘରେ ପଶି ଆକ୍ରମଣ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।

ଏହି ଆକ୍ରମଣରେ ପଙ୍କଜିନିଙ୍କ ସ୍ଵାମୀ ସମେତ ୬ଜଣ ଗୁରୁତର ହୋଇ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ସୁରେନ୍ଦ୍ର ଜେନା ନାମକ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।

ସେପଟେ ଏହା ପ୍ରତିବାଦ କରି ପଙ୍କଜିନିଙ୍କ ସମର୍ଥକମାନେ ଥାନା ଘେରାଉ କରିଛନ୍ତି। ତୁରନ୍ତ ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ମଙ୍ଗଳପୁର ଥାନାରେ ଅଭିଯୋଗ ପରେ କେତେକ ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସ ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.