ସାଇବର ଠକେଇର ଶିକାର ହେଲେ ରାଜଧାନୀର ଜଣେ ଅଧ୍ୟାପିକା, QR କୋଡ ପେ ଲିଙ୍କ୍‌ ପଠାଇ ଲୁଟି ନେଲେ ୧୯ ହଜାର ଟଙ୍କା

ଭୁବନେଶ୍ବର: ରାଜଧାନୀରେ ପୁଣି ସାଇବର ଠକେଇ । ଠକେଇର ଶିକାର ହୋଇଛନ୍ତି ରାଜଧାନୀର ଜଣେ ଅଧ୍ୟାପିକା । ହଜାରେ କି ଦୁଇ ହଜାର ନୁହେଁ, ଅଧ୍ୟାପିକାଙ୍କ ଠାରୁ ଠକିନେଲେ ୧୯ ହଜାର ଟଙ୍କା । OLXରେ ଓ୍ଵାସିଂ ମେସିନ୍‌ ବିକ୍ରି ପାଇଁ ଆଡଭର୍ଟାଇଜମେଣ୍ଟ ଦେଇଥିଲେ ଅଧ୍ୟାପିକା ।

ସାଇବର ଠକ ଆଡ୍‌ ଦେଖିବା ପରେ QR କୋଡ ପେ ଲିଙ୍କ୍‌ ପଠାଇ ସ୍କାନ କରିବାକୁ କହିଥିଲା । ସ୍କାନ କରିବା ପରେ ଦୁଇଟି କିସ୍ତିରେ ତାଙ୍କ ଆକାଉଣ୍ଟରୁ ଉଭାନ୍‌ ହୋଇଯାଇଥିଲା ଟଙ୍କା । ଟଙ୍କା ଗାୟବ ପରେ କମିଶନରେଟ ପୋଲିସ ସାଇବର ହେଲପ ଡେସ୍କର ଦ୍ୱାରସ୍ଥ ହୋଇଛନ୍ତି ଅଧ୍ୟାପିକା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.