କଲେଜ ନୁହେଁ ସ୍କୁଲରେ ବି ଚାଲିଛି ରାଗିଂ, ଉମରକୋଟର ଏକ ବିଦ୍ୟାଳୟରୁ ଆସିଲା ଅଭିଯୋଗ

ଉମରକୋଟ(କେନ୍ୟୁଜ୍):କଲେଜ ଗୁଡିକରେ ରାଗିଙ୍ଗକୁ ନେଇ ବହୁ ସମୟରେ ତୁମ୍ବୀ ତୋଫାନ ସୃଷ୍ଟି ହେଉଥିବା ବେଳେ, ଏବେ ରାଗିଙ୍ଗର ଅଭିଯୋଗ ଆସିଲାଣି ଘରୋଇ ବିଦ୍ୟାଳୟରୁ। ଏମିତି ଏକ ଅଭିଯୋଗ ଆଣିଛନ୍ତି ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର । ଅଭିଯୋଗ ଅନୁସାରେ ଛାତ୍ରଙ୍କୁ ତାଙ୍କ ସହପାଠୀ ଛାତ୍ରମାନଙ୍କ ଦ୍ଵାରା ଅଶ୍ଳୀଳ ଭିଡିଓ ଦେଖିବାକୁ ବାଧ୍ୟ କରାଯାଉଥିଲା । ଛାତ୍ର ଜଣକ ନ ଦେଖିଲେ ଦିଆଯାଉଥିଲା ପ୍ରବଳ ମାଡ଼ । ଏତିକିରେ ସରି ନାହିଁ ନିର୍ଯ୍ୟାତନା ପରିଶ୍ରା ପିଇ ବାକୁ ମଧ୍ୟ ବାଧ୍ୟ କରାଯାଉଥିଲା । ରାତିରେ ଶୋଇଥିବା ସମୟରେ ଛାତ୍ରଙ୍କ ପାଣି ବୋତଲରେ ପରିଶ୍ରା କରିଦେଉଥିଲେ ଛାତ୍ର । ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ଆସିଛି ଏଭଳି ସଙ୍ଗିନ ରାଗିଙ୍ଗର ଅଭିଯୋଗ ।

ଅଭିଯୋଗ ଆଣିଲେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର । ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ସ୍ଥିତ ଗୁରୁକୃପା ବେସରକାରୀ ବିଦ୍ୟାଳୟରେ , ଜଣେ ଛାତ୍ରଙ୍କୁ ରାଗିଙ୍ଗ କରାଯାଇଥିବା ସଙ୍ଗିନ ଅଭିଯୋଗ ଆସିଛି । ଛାତ୍ରଙ୍କ କହିବା ଅନୁଯାୟୀ ଜୋରଜବରଦସ୍ତ ତାଙ୍କ ୫ ଜଣ ସହପାଠୀ ଛାତ୍ର ମିଶି ପ୍ରତିଦିନ ମାଡ଼ ମାରୁଥିଲେ ଓ  ପରିଶ୍ରା ପିଆଉଥିଲେ।  ୱାଡନଙ୍କ ମୋବାଇଲ ନେଇ ଅଶ୍ଳୀଳ ଭିଡି଼ଓ ଜୋର ଜବଦସ୍ତ ଦେଖାଉଥିଲ । ଅଶ୍ଳୀଳ ଇଙ୍ଗିତ ବ୍ୟବହାର କରିବା ସହ ଯୌନ ନିର୍ଯାତନା କରାଯାଉଥିବା ଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଉକ୍ତ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ।

ଏଭଳି କିଛି ଆଭିଯୋଗ ଆଣି ଉମରକୋଟ ଥାନାର ଦ୍ୱାରସ୍ତ ହୋଇଛନ୍ତି ନିର୍ଯାତିତ ଛାତ୍ରଙ୍କ ବାପା। ଛାତ୍ର ଜଣକ ଆଉ ସେହି ବିଦ୍ୟାଳୟରେ ପାଠ ପଢ଼ିବାକୁ ଇଛା ପ୍ରକାଶ କରୁ ନାହାନ୍ତି ।ଅନ୍ୟ ପକ୍ଷରେ ଏହି ବିଷୟରେ ଆମେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ସମ୍ପର୍କ ରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.