ରଘୁନନ୍ଦନଙ୍କ ଘରବାହୁଡା, ବିଜେପି ଛାଡି ବିଜେଡିରେ ଦେଲେ ଯୋଗ

ଜଗତସିଂହପୁର : ରଘୁନନ୍ଦନଙ୍କ ଘରବାହୁଡା। ବିଜେପି ଛାଡି ବିଜେଡିରେ ଯୋଗଦେଲେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ରଘୁନନ୍ଦନ ଦାସ। ସେ ବିଜେଡି ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲେ। ନିଜର ଶତାଧିକ ସମର୍ଥକଙ୍କ ସହ ସେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ଏହି ଅବସରରେ ଜଗତସିଂହପୁର ଜିଲ୍ଲା ସଭାପତି ବିଷ୍ଣୁ ଦାସ, ବିଜେଡି କାର‌୍ୟ୍ୟକାରୀ ସଭାପତି ପ୍ରଶାନ୍ତ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ। ବିଜେଡିରେ ଯୋଗଦେବା ପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଦଳ ପାଇଁ ଶୃଙ୍ଖଳାର ସହ କାମ କରିବି।

Leave A Reply

Your email address will not be published.