ନୂଆପଡ଼ା ଜିଲ୍ଲାରେ ଝଡ଼ ବର୍ଷା ସହ କୁଆପଥର ମାଡ, ବିଦ୍ୟୁତ ତାର ଛିଡି ବିଦ୍ୟୁତ ସରବରାହ ବନ୍ଦ

ନୂଆପଡ଼ା (କେନ୍ୟୁଜ୍) : ନୂଆପଡ଼ା ଜିଲ୍ଲାରେ ଝଡ଼ ବର୍ଷା ସହ କୁଆପଥର ମାଡ । ଦୀର୍ଘ ଦିନ ଧରି ନୂଆପଡ଼ା ଜିଲ୍ଲାରେ ମୁଣ୍ଡ ଫଟା ସାଙ୍ଗକୁ ଅଗ୍ନିବର୍ଷା ଜାରି ରହିଥିଲା । ହେଲେ ଆଜି ଜିଲ୍ଲାର ଖଡିଆଳ ଓ ଏହାର ଆଖପାଖ ଅଞ୍ଚଳରେ ଝଡ ବର୍ଷା ସହ କୁଆପଥର ମାଡ ହୋଇଛି ।

ଯାହାଫଳରେ ସ୍ଥାନୀୟ ଲୋକମାନେ ଗରମରୁ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି । ସେହିଭଳି ଝଡ଼ ତୋଫାନ ଯୋଗୁଁ ଗଛପଡି ବିଦ୍ୟୁତ ତାର ଛିଣ୍ଡି ବିଦ୍ୟୁତ ସରବରାହ ବନ୍ଦ ରହିଛି । ସେପଟେ କୁଆପଥର ମାଡରେ ଚାଷିଙ୍କ ରବିଧାନ ଓ ପନିପରିବା ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.