କେନ୍ଦୁଝର ଚମ୍ପୁଆ ରେଞ୍ଜ ଗୁରୁବେଡ଼ା ଜଙ୍ଗଲରେ ୨ ହାତୀ ମୃତ୍ୟୁ ଘଟଣା, ରେଞ୍ଜର କାଶୀନାଥ ହେମ୍ରମ ସସପେଣ୍ଡ

କେନ୍ଦୁଝର : କେନ୍ଦୁଝର ଚମ୍ପୁଆ ରେଞ୍ଜ ଗୁରୁବେଡ଼ା ଜଙ୍ଗଲରେ ୨ ହାତୀ ମୃତ୍ୟୁ ଘଟଣା । ଚମ୍ପୁଆ ରେଞ୍ଜର କାଶୀନାଥ ହେମ୍ରମ ସସପେଣ୍ଡ । କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କୁ ନିଲମ୍ବନ କରିଛନ୍ତି ପିସିସିଏଫ । ତେବେ ତାଙ୍କ ସ୍ଥାନରେ ଡେପୁଟି ରେଞ୍ଜର ଘାସିରାମ ପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି ।

ସୂଚନା ଥାଉକି, ପୂର୍ବରୁ ଯୋଡ଼ା ସେକ୍ସନର ଫରେଷ୍ଟର, ପିଅନ, ଜୁରୁଡି ବିଟ୍‌ ର ଗାର୍ଡଙ୍କୁ ନିଲମ୍ବନ କରାଯାଇଥିଲା । ଗତ ୧୪ ତାରିଖରେ ଯୋଡ଼ା ସେକ୍ସନର ବୈତରଣୀ ସଂରକ୍ଷିତ ଜଙ୍ଗଲ ଗୁରୁବେଡ଼ାରେ ୨ ହାତୀଙ୍କୁ ବିଦ୍ୟୁତ ତାର ବିଛାଇ ହତ୍ୟା କରାଯିବା ପରେ ହାତୀ ଦାନ୍ତ ନେଇଯାଇଥିଲେ ଦୁର୍ବତ୍ତ । ଏହି ଘଟଣାରେ ୩ ଅଭିଯୁକ୍ତ ଗିରଫ ହୋଇଥିଲେ । ତେବେ ବାରମ୍ବାର ହାତୀ ମୃତ୍ୟୁ ଘଟଣା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଏଫଓ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.