କରତ ଭଳି ମୁହଁ ଦିଶୁଥିବା ବିରଳ ମାଛ ପହଞ୍ଚିଲା ସମୁଦ୍ର କୂଳରେ, ବାପରେ ଏତେ ବଡ଼ ମାଛ ?

ଜଳେଶ୍ୱର (କେନ୍ୟୁଜ୍‌) : ପଶ୍ଚିମବଙ୍ଗ ସୀମାନ୍ତ ଦିଘା ସମୁଦ୍ର ମୁହାଣରେ ଏକ ବିରଳ ପ୍ରଜାତିର ଶଙ୍କର ଜାତୀୟ ମାଛ ଦେଖିବାକୁ ମିଳିଛି । ମାଛଟିର ଓଜନ ପ୍ରାୟ ୫୦୦ କିଲୋଗ୍ରାମ ବା ୫ ଟନ୍‌ରୁ ଅଧିକ ହେବ । ଏହାର ମୁହଁ ଦେଖିବାକୁ ଲମ୍ବା କରତ ଭଳି । ଏହି ବିରଳ ମାଛ ଗଭୀର ସମୁଦ୍ରରେ ଦେଖାଯାଇ ଥାଏ ବୋଲି ମତ୍ସ୍ଯଜିବୀମାନେ କହିଛନ୍ତି ।

ଏହି ମାଛରୁ ଜଟିଳ ରୋଗର ଔଷଧ ତିଆରି କରାଯାଏ ବୋଲି ଜଣାପଡ଼ିଛି । ପାରାଦ୍ବୀପରୁ ଏକ ଟ୍ରଲରରେ ଏହି ମାଛଟି ପଞ୍ଚିମବଙ୍ଗର ଦିଘା ମୁହାଁଣକୁ ଆସିଥିଲା । ଏହି ପ୍ରଜାତିର ମାଛ ଏବେ ପ୍ରାୟ ବିଲୁପ୍ତ ହୋଇ ଗଲେଣି । ତେଣୁ ବିରଳ ମାଛଟିକୁ ଦେଖିବା ପାଇଁ କୂଳରେ ଲୋକଙ୍କ ଭିଡ଼ ଜମି ଥିଲା । ଆଜି ଏହି ମାଛଟିକୁ ଦିଘା ମତ୍ସ୍ଯ ନିଲାମ କେନ୍ଦ୍ର ୧ ଲକ୍ଷ ଟଙ୍କାରେ ନିଲାମ କରିଥିବା ଜଣା ପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.