ଅଧା କିଲୋମିଟର ପର୍ଯ୍ୟନ୍ତ ବାଇକ୍‌କୁ ଘୋଷାଡ଼ି ନେଲା ବସ୍‌; ଝିଅ ମୃତ, ସ୍ୱାମୀ-ସ୍ତ୍ରୀ ଗୁରୁତର ଆହତ

ବଲାଙ୍ଗିର ପୁଇଁତଳା ଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଧା କିଲୋମିଟର ପର୍ଯ୍ୟନ୍ତ ବାଇକ୍‌କୁ ଘୋଷାଡ଼ି ନେଲା ବସ୍‌। ଝିଅ ମୃତ, ସ୍ୱାମୀ-ସ୍ତ୍ରୀ ଗୁରୁତର ଆହତ

ବଲାଙ୍ଗୀର (କେନ୍ୟୁଜ): ମର୍ମନ୍ତୁଦ ଦୁର୍ଘଟଣା। ଅଧା କିଲୋମିଟର ପର୍ଯ୍ୟନ୍ତ ବାଇକ୍‌କୁ ଘୋଷାଡ଼ି ନେଲା ବସ୍‌। ଝିଅ ମୃତ, ସ୍ୱାମୀ-ସ୍ତ୍ରୀ ଗୁରୁତର ଆହତ। ବଲାଙ୍ଗିର ପୁଇଁତଳା ଠାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାପା ମାଆ ଓ ଝିଅ ବାଇକ୍‌ରେ ଯାଉଥିବାବେଳେ ଏକ ବସ୍‌ ଧକ୍କା ଦେଇଥିଲା। ଝିଅର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ , ସ୍ୱାମୀ-ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକ ବସ୍‌କୁ ଭଙ୍ଗାରୁଜା କରିବା ସହ ରାସ୍ତାରୋକ କରିଛନ୍ତି। ଡ୍ରାଇଭରକୁ ଅଟକ ରଖିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.