ଭୁଲିଗଲେ ମାନବିକତା: ବ୍ରହ୍ମାକୁମାରୀଙ୍କ ହାତ ଗୋଡ଼ ବାନ୍ଧି ପିଟିଲେ

ଜଣେ ବ୍ରହ୍ମାକୁମାରୀଙ୍କ ହାତ ଗୋଡ଼ ବାନ୍ଧି ମାଡ଼ ମାରିଛନ୍ତି ଏକ ପରିବାରର କିଛି ସଦସ୍ୟ । ବାଙ୍କୀ ଥାନା ଅନ୍ତର୍ଗତ ବରପୁଟ ପଞ୍ଚାୟତ ପଥୁରିପଡା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ବାଙ୍କୀ (କେନ୍ୟୁଜ): ଭୁଲିଗଲେ ମାନବିକତା । ଜଣେ ବ୍ରହ୍ମାକୁମାରୀଙ୍କ ହାତ ଗୋଡ଼ ବାନ୍ଧି ମାଡ଼ ମାରିଛନ୍ତି ଏକ ପରିବାରର କିଛି ସଦସ୍ୟ । ବାଙ୍କୀ ଥାନା ଅନ୍ତର୍ଗତ ବରପୁଟ ପଞ୍ଚାୟତ ପଥୁରିପଡା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଗ୍ରାମରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଦ୍ୟାଳୟର ଆଶ୍ରମ ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି । ନିର୍ମାଣ କାର୍ଯ୍ୟ ଦେଖିବାକୁ ଯାଇଥିବା ଆଶ୍ରମର ଭାରତୀ ତ୍ରିପାଠୀ ନାମକ ଭଉଣୀଙ୍କୁ ଏକୁଟିଆ ଦେଖି ସେଠାକାର ଏକ ପରିବାର ଉଠାଇ ନେଇଥିଲେ । ଏକ ବନ୍ଦ ଘରେ ତାଙ୍କ ହାତ ଗୋଡ଼ ବାନ୍ଧି ଉଲଗ୍ନ କରି ମାଡ଼ ମାରିଥିଲେ । ଅନ୍ୟ ଏକ ଭଉଣୀ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ସେଠାରୁ ଉଦ୍ଧାର କରି ବାଙ୍କୀ ମେଡିକାଲରେ ଭର୍ତ୍ତି କରିଥିଲେ । ଘଟଣା ପରେ ବ୍ରହ୍ମକୁମାରୀ ଭଉଣୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏଥିସହ ଘଟଣାକୁ ନେଇ ବାଙ୍କୀ ଥାନାରେ ବ୍ରହ୍ମକୁମାରୀ ଭଉଣୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.