ପୁରୀରୁ କୋଣାର୍କ ଚାଲିବ ଟ୍ରେନ, ୪୯୨ କୋଟି ଟଙ୍କା ମଞ୍ଜୁର

ପୁରୀରୁ କୋଣାର୍କ ଚାଲିବ ଟ୍ରେନ । ଏନେଇ ଆଜି ଘୋଷଣା କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ନୂଆ ଲାଇନ ପାଇଁ ୨୧୫ ହେକ୍ଟର ଜମି ଅଧିଗ୍ରହଣ କରିବାକୁ ପଡିବ । 

ପୁରୀରୁ କୋଣାର୍କ ଚାଲିବ ଟ୍ରେନ । ଏନେଇ ଆଜି ଘୋଷଣା କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ନୂଆ ଲାଇନ ପାଇଁ ୨୧୫ ହେକ୍ଟର ଜମି ଅଧିଗ୍ରହଣ କରିବାକୁ ପଡିବ ।  ୩୨ କିମିର ନୂଆ ଲାଇନ ପାଇ ୪୯୨ କୋଟି ମଞ୍ଜୁର ।  ୪/୫ ଟି ସ୍ଥାନରେ ସ୍ପେଶାଲ ହେରିଟେଜ ହବ ହେବ । ଟ୍ରେନ ଭିତରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ବ୍ୟବସ୍ଥା ରିହିବ । ସ୍ୱତନ୍ତ୍ର ଭିଷ୍ଟାଡୋମ ଟ୍ରେନ ଚାଲିବାର ବ୍ୟବସ୍ଥା ରହିବ । ଫଳରେ ଯାତ୍ରୀ ଟ୍ରେନ ଭିତରେ ରହି ସବୁ ଦୃଶ୍ୟ ଦେଖି ପାରିବେ । ସୂର୍ଯ୍ୟ ମନ୍ଦିର ସହ ଜଗନ୍ନାଥ ମନ୍ଦିର ଯୋଡିବାର ସ୍ୱପ୍ନ ସାକାର ହେବ । ପ୍ରୋଜେକ୍ଟ ଶେଷ କରିବାକୁ ରାଜ୍ୟ ସରକାରଙ୍କ ସହଯୋଗ ଜରୁରୀ ବୋଲି ପ୍ରେସମିଟରେ ରେଳ ମନ୍ତ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.