ରାଜନୀତି ବିଜ୍ଞାନରେ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣି ଦାରିଙ୍ଗବାଡ଼ିର ରୁନିତା ପ୍ରଧାନ

କନ୍ଧମାଳ(କେନ୍ୟୁଜ): ରାଜନୀତି ବିଜ୍ଞାନରେ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ରୁନିତା ପ୍ରଧାନ। ଦାରିଙ୍ଗବାଡି ନୀଳକନ୍ଦର ସାହିବାସିନ୍ଦା ବିସିକେଶନ ପ୍ରଧାନ ଓ ସନ୍ତୋସିନୀ ପ୍ରଧାନଙ୍କ ଦ୍ୱିତୀୟ ଝିଅ ରୁନିତା ପ୍ରଧାନ । ରୁନିତା ଉତ୍କଳ ବିଶ୍ୱବିଦ୍ୟାଳୟର ୫୧ତମ ସମାବର୍ତ୍ତନ ଉତ୍ସବରେ ଏମକେସିଜି ଅଡିଟୋରିୟମରେ ପୁରସ୍କୃତ ହୋଇଛନ୍ତି ।

୨୦୨୧ ମସିହା ରାଜନୀତି ବିଜ୍ଞାନ ସ୍ନାତକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ସଫଳତା ପାଇଁ ରୁନିତାଙ୍କୁ ବ୍ରାହ୍ମଣୀ ଗ୍ରାମବାସୀ ବିପୁଳ ସମ୍ବର୍ଦ୍ଧନା ଜଣାଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.