ସମ୍ବଲପୁର : ଅପରାଧୀଙ୍କ ଆଡ୍ଡା ସ୍ଥଳୀ ଉପରେ ପୋଲିସ୍‌ର ନଜର, ବେଆଇନ ଢାବା ଭାଙ୍ଗା ଆରମ୍ଭ

ସମ୍ବଲପୁର (କେନ୍ୟୁଜ୍‌) : ସମ୍ବଲପୁର ଜିଲ୍ଳାରେ ଅପରାଧ ଓ ଅପରାଧୀଙ୍କୁ ଉତ୍ସାହିତ କରୁଛନ୍ତି ଜାତୀୟ ରାଜପଥ କଡ଼ରେ ଥିବା କିଛି ବେଆଇନ ଢାବା । ଏହି ଢାବାରେ ବାହାର ରାଜ୍ୟର ଅପରାଧୀମାନେ ଆସି ରହିଥାନ୍ତି । ରାତି ହେଲେ ଆରମ୍ଭ ହୋଇଯାଏ ଅପରାଧିକ କାର୍ଯ୍ୟକଳାପ। ଲୁଟ, ହତ୍ୟା, ରାହାଜାନି ଭଳି ସଙ୍ଗିନ ଘଟଣା ଘଟାଇ ଅପରାଧୀମାନେ ପୁଣି ଏହି ଢାବାରେ ଆସି ଆଶ୍ରୟ ନେଇଥାନ୍ତି ।

ପୋଲିସ ପୂର୍ବରୁ ମଧ୍ୟ ଯୁଜୁମୁରା ଅଞ୍ଚଳରେ ଏକ ଢାବାରେ ଏଭଳି ଘଟଣା ନଜରକୁ ଆସିଥିଲା । ତାକୁ ସଂପୂର୍ଣ୍ଣ ଭାଙ୍ଗିବା ସହ ମାଲିକଙ୍କୁ ଗିରଫ କରିଥିଲା ପୋଲିସ୍‌। ଆଜି ବୁର୍ଲା ଗୋସଲାରେ ମଧ୍ୟ ଏଭଳି ଏକ ବେଆଇନ ଢାବାକୁ ପୋଲିସ ଭାଙ୍ଗିଛି।

DHABA-2

ଢାବାରେ ବହୁ ବେଆଇନ କାର୍ଯ୍ୟ ହେଉଥିବା ପୋଲିସ ଜାଣିବାକୁ ପାଇଥିଲା। ଏହା ସହ ଢାବାଟି ସରକାରୀ ସ୍ଥାନରେ ରହିଥିଲା। ଏହି ଢାବାରେ ବେଆଇନ ଭାବେ ବନ୍ଧୁକ ଚାଲାଣ, ମାରଣାସ୍ତ୍ର କାରବାର, ହନୁମାନ ପଇସା କାରବାର ଚାଲୁଥିଲା। ଏନେଇ ପୋଲିସର ଚଢ଼ାଉ ଖବର ପାଇବା ପୂର୍ବରୁ ଢାବା ମାଲିକ କୃପାସିନ୍ଧୁ ଘୁରିଲା ଫେରାର ହୋଇଯାଇଥିଲା।

 

Leave A Reply

Your email address will not be published.