ଶ୍ରୀମନ୍ଦିର ଖୋଲିବାକୁ ଶଙ୍କରାଚାର୍ଯ୍ୟଙ୍କ ଅନୁରୋଧ, ଜାରି କଲେ ଏକ ଭିଡିଓ ବାର୍ତ୍ତା

ପୁରୀ: ରାଜ୍ୟରେ କେବେ ଖୋଲିବ ମନ୍ଦିର। କୋଭିଡ୍‌ କଟକଣା ପାଇଁ ସମସ୍ତ ମନ୍ଦିର ବନ୍ଦ ରହିଛି। ଫଳରେ ଜୀବନ ଜୀବିକା ହରାଇଥିବା ପୂଜକ ଓ ସେବାୟତଙ୍କ ସମସ୍ୟା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ।

ଏକ ଭିଡିଓ ବାର୍ତ୍ତା ଜାରି କରି ମନ୍ଦିର ସେବକ ମାନଙ୍କୁ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ବିଶେଷକରି ଶ୍ରୀମନ୍ଦିର ଓ ଅନ୍ୟ ମନ୍ଦିର ଗୁଡିକରେ ନିୟୋଜିତ ଥିବା ସେବାୟତଙ୍କ ପାଇଁ ରାଜ୍ୟ ସରକାର ସହାୟତା ରାଶି ଯୋଗାଇ ଦେବାକୁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.