ବାଲିଗୁଡା ସହରରେ ଆଜିଠୁ ଦିନ ଦୁଇଟା ପରେ ବନ୍ଦ ରହିବ ସବୁ ଦୋକାନ ବଜାର

ବାଲିଗୁଡା : ବାଲିଗୁଡା ସହରରେ ଆଜିଠୁ ଦିନ ଦୁଇଟା ପରେ ବନ୍ଦ ରହିବ ସବୁ ଦୋକାନ ବଜାର । ସହରରେ କରୋନା ସଂକ୍ରମଣ ରୋକିବାକୁ ଏଭଳି ନିଷ୍ପତି ନିଆଯାଇଛି । କେବଳ ସକାଳ ୬ରୁ ଦିନ ୨ଟା ଯାଏ ଦୋକାନ ଖୋଲିବ । ବାଲିଗୁଡା ତହସିଲ, ବ୍ଲକ ପ୍ରଶାସନ, ସହରର ସମସ୍ତ ବ୍ୟବସାୟୀ ଓ ବଣିକ ସଙ୍ଘକୁ ନେଇ ଦ୍ୱିପାକ୍ଷିକ ଆଲୋଚନା ପରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତି ନିଆଯାଇଛି।

ଅତ୍ୟାବଶ୍ୟକ ସେବାକୁ ଏହି କଟକଣାରୁ ବାଦ ଦିଆଯାଇଛି । ଦିନ ଦୁଇଟା ପରେ ଯେଉଁମାନେ କଟକଣାକୁ ଅମାନ୍ୟ କରି ଦୋକାନ ଖୋଲିବେ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ ବୋଲି ବାଲିଗୁଡା ତହସିଲଦାର କହିଛନ୍ତି । ପ୍ରତ୍ୟେକ ଦୋକାନୀ ନିଜ ଦୋକାନ ସାମ୍ନାରେ ବ୍ୟାରିକେଡ, ସାମାଜିକ ଦୂରତା ଗୋଲେଇ, ମାସ୍କ, ସାନିଟାଇଜ ଓ ଗ୍ରାହକ ରେଜିଷ୍ଟର ଭଳି ନିୟମ ମାନିବାକୁ ବାଧ୍ୟତାମୂଳକ କରାଯାଇଛି । ଏଭଳି ନିଷ୍ପତିକୁ ବାଲିଗୁଡା ସହରର ବ୍ୟବସାୟୀ, ବଣିକ ସଙ୍ଘ ସ୍ୱାଗତ କରିବା ସହ ପ୍ରଶାସନକୁ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.