ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ମାଆ ରାମଚଣ୍ଡୀଙ୍କ ପୀଠ, ଦର୍ଶନ କରିବାକୁ ଆସୁଛନ୍ତି ଅନେକ ଶ୍ରଦ୍ଧାଳୁ

ପୁରୀ ଜିଲ୍ଲା କୋଣାର୍କ ବେଳାଭୂମି ମାର୍ଗରେ କାହିଁ କେତେ କାଳରୁ ପୂଜା ପାଇଁ ଆସୁଛନ୍ତି ମା ରାମଚଣ୍ଡୀ | କିମ୍ବଦନ୍ତୀ କୁହେ ପ୍ରଭୁ ରାମଚନ୍ଦ୍ର ଲଙ୍କା ବିଜୟ ସମୟରେ ମାଁ ଙ୍କୁ ଏଠାରେ ପ୍ରତିଷ୍ଠା କରି ଏହିଠାରୁ ଯାତ୍ରା ଆରମ୍ଭ କରିଥିଲେ | ଏଠାରେ ବାର ମାସରେ ତେର ପର୍ବ ପାଳିତ ହେଉଥିବା ବେଳେ ପାର୍ବଣରେ ଏଠାରେ ନୀତି କାନ୍ତି ଅଲଗା ହୋଇଥାଏ |

ପାଖେଇ ଆସୁଛି ଦୁର୍ଗାପୂଜା, ଶାରଦୀୟ ଦୁର୍ଗାପୂଜା ପାଇଁ ବିଭିନ୍ନ ଶକ୍ତି ପୀଠରେ ଚାଲିଛି ମାଆଙ୍କ ଷୋଡଶ ଉପଚାର ପୂଜା। ଏଥିପାଇଁ ଚଳଚଞ୍ଚଳ କୋଣାର୍କର ଅଧିଷ୍ଟାତ୍ରୀ ଦେବୀ ମାଆ ରାମଚଣ୍ଡୀଙ୍କ ପୀଠ। ସବୁ ଶକ୍ତି ପୀଠରେ ଗୋଟିଏ ବେଳା ଚଣ୍ଡୀପାଠ ହେଉଥିବାବେଳେ ଏଠାରେ ଦୁଇ ବେଳା ଚଣ୍ଡୀ ପାଠ କରାଯାଇଥାଏ। ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ଯନ୍ତ ମାଆଙ୍କ ଷୋଡଶ ଉପଚାର ପୂଜା ସହିତ ପ୍ରତିଦିନ ବିଭିନ୍ନ ବେଶରେ ଦର୍ଶନ ଦେଇଥାନ୍ତି ମାଆ। ଏଠାରେ ବଳି ରୂପେ ପ୍ରତିଦିନ ମାଛ ପୋଡା ଭୋଗ ଦିଆଯାଇଥାଏ। ତା ସାଙ୍ଗକୁ ଏହି ଷୋହଳ ଦିନ ମାଆଙ୍କୁ ଏଣ୍ଡୁରୀ ପୀଠ ଭୋଗ ଲଗାଯାଇଥାଏ। ମାଆଙ୍କ ଦର୍ଶନ ପାଇଁ ପ୍ରତିଦିନ ଭକ୍ତଙ୍କ ଭିଡ ଲାଗିଥାଏ।

ନବରାତ୍ର ଉପଲକ୍ଷେ ମା ବନଦୁର୍ଗା ବେଶରେ ସଜେଇ ଥିବାର ଦେଖିବାକୁ ମିଳିିଛି। ପ୍ରଭାତରୁ ପହଡ଼ ଖୋଲିବା ପରେ ମହାସ୍ନାନ ,ମଙ୍ଗଳ ଆଳତି ,ସକାଳ ଧୂପ ପରେ ଚଣ୍ଡୀ ପାଠ ହୋଇଥିଲା | ପରମ୍ପରା ଅନୁଯାୟୀ ଏଠାରେ ମଧ୍ୟହ୍ନରେ ଖେଚୁଡ଼ି , ଏଣ୍ଡୁରି ପିଠା ଭୋଗ ସହ ପୋଡା ମାଛ ବଳି ରୂପେ ଦିଆଯାଏ| ବିଭିନ୍ନ ଶକ୍ତି ପୀଠରେ ଗୋଟିଏ ଥର ଚଣ୍ଡୀ ପାଠ କରାଯାଉଥିବା ବେଳେ ମା ଙ୍କ ପୀଠରେ ପ୍ରତ୍ୟହ ଦୁଇ ଥର ଏହି ନୀତି ହୁଏ |

ତେବେ କୋଭିଡ଼ ପାଇଁ ଗତ ଦୁଇବର୍ଷ ହେବ ମାଆଙ୍କ ପୀଠରେ ସାଧାରଣ ଲୋକ ଆସି ପାରୁ ନଥିଲେ, ବର୍ତମାନ ମା ଙ୍କୁ ଦର୍ଶନ କରିବାର ସୁଯୋଗ ପାଇ ଥିବାରୁ ଶ୍ରଦ୍ଧାଳୁ ଖୁସି ହୋଇଯାଇଛନ୍ତି ।

Leave A Reply

Your email address will not be published.