ନୂଆପଡା: ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ନୂଆପଡା(କେନ୍ୟୁଜ୍): ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ । ନୂଆପଡା ଜିଲ୍ଲା ଖଡିଆଳ କେନ୍ଦୁପାଟି ଗାଁ ଝାରବାହାଲ ପଡାରେ ଘଟିଛି ଘଟଣା । ମୃତକ ଜଣଙ୍କ ହେଲେ ନକୁଳ ବନଛୋର । ହତ୍ୟା ପରେ ପୁଅ ପୂର୍ଣ୍ଣ ବନଛୋର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛିି । ଗତ ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ବାପା ପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ପୂର୍ଣ୍ଣ ବାପା ନକୁଳଙ୍କୁ ଗୋଡାଇ ଗୋଡାଇ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣାପଡିଛି । ନକୁଳଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ଖଡିଆଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.