୨୦୨୦ରେ ରାଜ୍ୟରେ ଦୁଷ୍କର୍ମ କେସ୍ ଥିଲା ୨୯୮୪, ଚିଳିତ ବର୍ଷ ଜୁନ ସୁଦ୍ଧା ୧୫ଶହ ୬୩ ମାମଲା ପଞ୍ଜିକୃତ

କେନ୍ୟୁଜ୍(ବ୍ୟୁରୋ):ରାଜ୍ୟରେ ଅପରାଧ ବଢ଼ିବାରେ ଲାଗିଛି । ଦୁଷ୍କର୍ମ, ନାବାଳିକା ଦୁଷ୍କର୍ମ, ହତ୍ୟା, ଯୌତୁକ ଜନିତ ହତ୍ୟା ଓ ମହିଳା ନିର୍ଯାତନା ବଢୁଛି । ବିଧାନସଭାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର । ୨୦୧୯ରେ ୨ହଜାର ୯୫୦ ଦୁଷ୍କର୍ମ ହୋଇଥିବା ବେଳେ ୨୦୨୦ରେ ଏହି ସଂଖ୍ୟା ୨ହଜାର ୯୮୪କୁ ବଢ଼ିଥିଲା । ୨୦୨୧ ଜୁନ ସୁଦ୍ଧା ୧୫ଶହ ୬୩ ମାମଲା ପଞ୍ଜିକୃତ ହୋଇଛି ।

ସେହିପରି ନାବାଳିକା ଦୁଷ୍କର୍ମରେ ୨୦୧୯ରେ ୧୬ଶହ ୩୫, ୨୦୨୦ରେ ୧୬ଶହ ୪୬ ଓ ଚଳିତବର୍ଷ ଜୁନ୍‌ ସୁଦ୍ଧା ପଞ୍ଜିକରଣ ହୋଇଛି ୯୮୬ ମାମଲା । ଅନ୍ୟପଟେ ହତ୍ୟା କ୍ଷେତ୍ରରେ ୨୦୧୯ରେ ୧୩ଶହ ୫୬, ୨୦୨୦ରେ ୧୪ଶହ ୭୦ ଓ ଏବର୍ଷ ଜୁନ ସୁଦ୍ଧା ୭୮୨ ମାମଲା ପଞ୍ଜିକରଣ ହୋଇଛି । ଯୌତୁକ ଜନିତ ହତ୍ୟାରେ ୨୦୧୯ରେ ୨୭୮, ୨୦୨୦ରେ ୩୧୧ ଓ ଏବର୍ଷ ଜୁନ ସୁଦ୍ଧା ୧୮୪ ମାମଲା ସାମନାକୁ ଆସିଛି । ଯୌତୁକ ଜନିତ ନିର୍ଯାତନା ୨୦୧୯ ଓ ୨୦୨୦ରେ ପାଖାପାଖି ସମାନ ରହିଛି । ୨୦୨୧ ଜୁନ ସୁଦ୍ଧା ୨୨୯ କେସ ହୋଇଛି ।

ଆଜି ପ୍ରଶ୍ନକାଳରେ ପୋଲିସ ବିଭାଗରେ ୧୧ହଜାରରୁ ଅଧିକ ପଦବୀ ଖାଲି ପଡିବା ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ । ରାଜ୍ୟରେ ନୂତନ ଥାନା ଓ ଫାଣ୍ଡି ଖୋଲିବା ନେଇ ଗୃହରେ ବିଧାୟକଙ୍କ ଉଦବେଗକୁ ଦେଖି ବାଚସ୍ପତିଙ୍କ ରୁଲିଂ ଦେଇଥିଲେ । ପୋଲିସ ଡ଼ିଜି, ଡିଆଇଜି କ୍ରାଇମବ୍ରାଞ୍ଚ ଓ ଗୃହ ସଚିବଙ୍କୁ ଡାକି ଆଲୋଚନା କରିବା ସହ ଏନେଇ ଗୃହରେ ବିବୃତି ରଖିବାକୁ ରାଷ୍ଟ୍ରମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.