ଦୂତୀଙ୍କ ମାମଲାରେ କାର୍ଯ୍ୟାନୁଷ୍ଠାନ: ୱେବ ପୋର୍ଟାଲ ଏଡିଟରଙ୍କ ସହିତ ସହଯୋଗୀ ସ୍ମୃତି ରଞ୍ଜନ ଅଟକ

ଭୁବନେଶ୍ବର(କେନ୍ଯୁଜ୍): ଅଲିମ୍ପିଆନ ଦୂତୀ ଚାନ୍ଦଙ୍କ ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ। ଅଟକ ଅଛନ୍ତି ୱେବ୍‌ ପୋର୍ଟାଲର ସମ୍ପାଦକ ସୁଧାଂଶୁ ଶେଖର ରାଉତ। ତାଙ୍କୁ ମହିଳା ଥାନାରେ ପଚରାଉଚରା ପରେ ଅଟକ ରଖାଯାଇଛି। କାର୍ଯ୍ୟନୁଷ୍ଠାନ ପରେ ସନ୍ତୋଷ ପ୍ରକାଶ କରିଛନ୍ତି ଦୂତୀ। କହିଛନ୍ତି, ତାଙ୍କୁ ବଦ୍‌ନାମ କରିବା ପଛରେ ବହୁତ କୁଚକ୍ରୀ ଗୋଷ୍ଠୀ ଅଛନ୍ତି। ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲେ ସେ ନ୍ୟାୟ ପାଇବେ।

ଏହାସହିତ ୱେବ ପୋର୍ଟାଲ ଏଡିଟରଙ୍କ ସହଯୋଗୀ ସ୍ମୃତି ରଞ୍ଜନ ବେହେରାଙ୍କୁ ମଧ୍ଯ ଅଟକ ରଖି ପଚରାଉଚରା ଚାଲିଛି। ମର୍ଯ୍ୟାଦାହାନୀ, ଅଶ୍ଲୀଳ ମନ୍ତବ୍ୟ, ଧମକ ସହ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗ ଆଣିଥିଲେ ଦୂତୀ ଚାନ୍ଦ। ଅଫିସରେ ବ୍ୟବହୃତ କଂପ୍ୟୁଟର, ଲାପଟପ୍‌,ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଆଦିକୁ ଜବତ କରି ତଦନ୍ତ ଚାଲିଛି। ଦୂତୀ ସୁଧାଂଶୁଙ୍କ ସହ ୱେବ୍‌ ପୋର୍ଟାଲ ସାମ୍ବାଦିକ ସ୍ମୃତି ରଞ୍ଜନ ବେହେରା ଓ ପ୍ରଦୀପ ପ୍ରଧାନଙ୍କ ନାଁରେ ଏତଲା ଦିଆଯାଇଥିଲା। ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ସହଯୋଗ ପାଇଁ ଓଡ଼ିଶା ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ଦୂତୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.