ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ସର୍ବାଧିକ ଭକ୍ତ, ଦାନରେ ବି ରେକର୍ଡ

ପୁରୀ(କେନ୍ଯୁଜ୍) : ଗତକାଲି ସର୍ବାଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଥିବା ବେଳେ ଶ୍ରୀମନ୍ଦିର ହୁଣ୍ଡିରେ ସର୍ବାଧିକ ଦାନ ବି ପଡ଼ିଛି। ଯାହା ବିଗତ ୪ ଦିନର ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କ ସଂଖ୍ୟା ଓ ଦାନ ପରିମାଣରୁ ସ୍ପଷ୍ଟ କରିଛି।

କୋଭିଡ୍‌ କଟକଣା କୋହଳ ପରେ ଶ୍ରୀମନ୍ଦିର ଦର୍ଶନ ସ୍ବାଭାବିକ ହେବାରେ ଲାଗିଛି। ପର୍ଯ୍ୟଟକଙ୍କ ସୁଅ ବି ଶ୍ରୀକ୍ଷେତ୍ରକୁ ଛୁଟିବା ଆରମ୍ଭ କରିଛି।୪ ଦିନ ଭିତରେ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କ ସଂଖ୍ୟା ୫୩ ହଜାର ଡେଇଁଥିବାବେଳେ ଦାନ ପରିମାଣ ୧୩ ଲକ୍ଷ ଅତିକ୍ରମ କରିଛି। ଯାହାକି କୋଭିଡ୍‌ କଟକଣା ପରେ ଅଗଷ୍ଟ ୧ରୁ ସର୍ବସାଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲିବା ପରେ ସର୍ବାଧିକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.