ମାଲକାନଗିରି: ଗୁରୁ ଶିଷ୍ୟ ପରମ୍ପରାରେ କଳଙ୍କ ଲଗାଇଲେ ଶିକ୍ଷକ, ଛାତ୍ରୀଙ୍କୁ ଅସଦାଚରଣ କରି ଖାଇଲେ ଉତ୍ତମ ମଧ୍ୟମ

ମହଙ୍ଗା ପଡିଲା ଛାତ୍ରୀଙ୍କୁ ଅସଦାଚରଣ । ନିର୍ଧୂମ ଛେଚା ଖାଇଲେ ଶିକ୍ଷକ । ସ୍କୁଲ ନିକଟରେ ଅଭିଯୁକ୍ତ ଶିକ୍ଷକଙ୍କୁ ଗୋଡାଇ ଗୋଡାଇ ପିଟିଲେ ଗାଁ ଲୋକ । ଏପରିକି ସମ୍ପୃକ୍ତ ଶିକ୍ଷକଙ୍କୁ ସ୍କୁଲ ଗେଟରେ ମଧ୍ୟ ବାନ୍ଧିଦେଇଥିଲେ । ଘଟଣାର ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି । ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲା କତାମାଟେରୁ ଆଶ୍ରମ ବିଦ୍ୟାଳୟରେ । ଅଭିଯୋଗ ମୁତାବକ, ପରୀକ୍ଷା ଖାତା ଦେଖିବା ବାହାନାରେ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରିଥଲେ ସମ୍ପୃକ୍ତ ଶିକ୍ଷକ । ତେବେ ଘଟଣାଟି ସମ୍ନାକୁ ଆସିବା ପରେ ଶିକ୍ଷକଙ୍କୁ ଶିକ୍ଷା ଦେଇଛନ୍ତି ଗାଁ ଲୋକ । ଅନ୍ୟପଟେ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ । ଏହା ପ୍ରଥମ ଥର ନୁହେଁ , ଏହା ପୂର୍ବରୁ ମଧ୍ୟ ମାଲକାନଗିରି ଜିଲ୍ଲା ଆବାସିକ ବିଦ୍ୟାଳୟ ଗୁଡିକରେ ଏଭଳି ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.