ଦୈତାରି ଡ଼୍ୟାମରେ ଶିକ୍ଷକ ବୁଡିଯିବା ଘଟଣା: ୫ଦିନ ପରେ ଉଦ୍ଧାର ହେଲା ମୃତଦେହ

ଘଟଗାଁ (କେନ୍ୟୁଜ): ଦୈତାରି ଥାନା ଅନ୍ତର୍ଗତ ଦୈତାରି ଡ୍ୟାମରେ ବୁଡି ନିଖୋଜ ଥିବା ଶିକ୍ଷକଙ୍କ ମୃତଦେହ ଉଦ୍ଧାର। ଗତ ୧୮ ତାରିଖ ଦିନ ଡଙ୍ଗାରେ ଯାଉଥିବା ବେଳେ ସେଲଫି ନେବା ବେଳେ ବୁଡି ଯାଇ ନିଖୋଜ ଥିଲେ ଶିକ୍ଷକ ୫ଦିନ ପରେ ଉଦ୍ଧାର ହେଲା ଶବ।

ସୂଚନା ଯୋଗ୍ୟ , ହରିଚନ୍ଦନପୁର ବ୍ଲକ ଦୈତାରି ଡ଼୍ୟାମରେ ଗତ ୧୯ ତାରିଖରେ ଡ୍ୟାମ ସାଇଡ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଚିରଞ୍ଜିବୀ ମୁଣ୍ଡା ହୁଲି ଡଙ୍ଗାରେ ବିଦ୍ୟାଳୟକୁ ଯିବାବେଳେ ଡ଼୍ୟାମ ପାରି ହେଉଥିବା ସମୟରେ ସେଲଫି ନେଉଥିବା ସମୟରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ଯାଇଥିଲା। ନାଉରିଆ ସିଦିଓ ପୁର୍ତ୍ତିଙ୍କ ସମେତ ଶିକ୍ଷକ ବୁଡି ଯାଇଥିଲେ । ଡ୍ୟାମ କୂଳରେ ଥିବା ନବମ ଶ୍ରେଣୀ ଛାତ୍ର କଚେ ପୂର୍ତ୍ତି ନାଉରିଆ ଶ୍ରୀ ପୂର୍ତ୍ତିଙ୍କୁ ଉଦ୍ଧାର କରିଥିଲେ । ହେଲେ ଶିକ୍ଷକ ଡ୍ୟାମରେ ବୁଡି ଯାଇ ନିଖୋଜ ହୋଇଯାଇଥିଲେ ।

ହରିଚନ୍ଦନପୁର ଦମକଳ ବାହିନୀ ଖୋଜାଖୋଜି କରି ବିଫଳ ହେବାପରେ ଆନନ୍ଦପୁର ଦମକଳ ବାହିନୀ ଓ ଦୈତାରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଖୋଜା ଖୋଜି କରିବା ପରେ ମଧ୍ୟ ଶିକ୍ଷକଙ୍କର କୌଣସି ସନ୍ଧାନ ପାଇ ନ ଥିଲେ। ତେବେ ଡ଼୍ୟାମରେ ମାଛ ଧରିବା ପାଇଁ ଲୋକମାନକ ଦ୍ଵାରା ବସା ଯାଇଥିବା ଫାସ ଜାଲ ସହ ପାଣି ଭିତରେ ଥିବା ବଡ଼ ବଡ଼ ଗଛ ମୁଖ୍ୟ ସମସ୍ୟା ସୃଷ୍ଟି କରୁଥିବା ଆନନ୍ଦପୁର ଦମକଳ ବାହିନୀର ଷ୍ଟେସନ ଅଫିସର ପ୍ରତାପ ଚନ୍ଦ୍ର ସିଂ ପ୍ରକାଶ କରିଥିଲେ। କିନ୍ତୁ ଆଜି ବହୁ ଖୋଜାଖୋଜି ପରେ ଆଜି ଶିକ୍ଷକଙ୍କ ମୃତଦେହ ଉଦ୍ଧାର ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.