ଏପ୍ରିଲରୁ ଜଳିବ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୦ ଟପିବ ତାପମାତ୍ରା
ଏବେ ଉପର ମୁହାଁ ହେବ ପାରଦ। ଏପ୍ରିଲରୁ ଜଳିବ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପିଯିବ। ଆଗାମୀ ୨ଦିନରେ ଦିନର ତାପମାତ୍ରା ୨ରୁ ୩ଡିଗ୍ରୀ ବୃଦ୍ଧି ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ଭୁବନେଶ୍ୱର (କେନ୍ୟୁଜ): ବର୍ଷା ପାଇଁ ଥଣ୍ଡା ପଡ଼ିଥିଲା। ଏବେ ଉପର ମୁହାଁ ହେବ ପାରଦ। ଏପ୍ରିଲରୁ ଜଳିବ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପିଯିବ। ଆଗାମୀ ୨ଦିନରେ ଦିନର ତାପମାତ୍ରା ୨ରୁ ୩ଡିଗ୍ରୀ ବୃଦ୍ଧି ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ରାତିର ତାପମାତ୍ରା ମଧ୍ୟ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ । ରାଜ୍ୟରେ ପାଗ ଶୁଖିଲା ରହିଛି। ବଢ଼ୁଛି ଖରା ତାତି। ତେବେ ୩୦ତାରିଖ ବେଳକୁ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ। ପୁଣି ଏପ୍ରିଲ ପହିଲାରୁ ବଢ଼ିବ ତାପମାତ୍ରା। ଖରା ଅସହ୍ୟ ହେବ।