ହାତ ଗୋଡ଼ ବାନ୍ଧି ଯୁବକଙ୍କୁ ନିର୍ମମ ହତ୍ୟା ,କାରଣ ଅସ୍ପଷ୍ଟ ; ସାଇଣ୍ଟିଫିକ ଟିମ୍ ଦ୍ୱାରା ଘଟଣାର ଚାଲିଛି ତଦନ୍ତ

ମୋହନା (କେନ୍ୟୁଜ): ଗଜପତି ଜ଼ିଲ୍ଲା ମୋହନା ଥାନା ଚନ୍ଦ୍ରଗିରି – ଅନ୍ତରବା ରାସ୍ତାର ଜଗନ୍ନାଥପୁର ଛକ ପଡିଆରୁ ହାତ ଗୋଡ଼ ବନ୍ଧା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଚନ୍ଦ୍ରଗିରି ଫାଣ୍ଡି ପୋଲିସ । ଗୁରୁବାର ଅପରାହ୍ନରେ ଜଣେ ଯୁବକ ମୁହଁମାଡି ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ତେଵେ ପାରିପାର୍ଶ୍ଵିକ ପରିସ୍ଥିତିକୁ ଦେଖିଲେ ଯୁବକ ଜଣକୁ ହାତଗୋଡ଼ ବାନ୍ଧି କୌଣସି ଅସ୍ତ୍ରରେ ମୁଣ୍ଡ ଏବଂ କାନ ମୂଳିକୁ ଆକ୍ରମଣ କରି ସଙ୍ଘବଦ୍ଧ ଭାବେ ହତ୍ୟାକରାଯାଇଥିବା ଜଣାପଡୁଛି।

ଯୁବକ ଜଣକର କାନ ଏବଂ ମୁଣ୍ଡରୁ ପ୍ରବଳ ରକ୍ତଶ୍ରାବ ହୋଇଛି। ଯୁବକ ଜଣକ ପରିଚୟ ମିଳିପାରିନଥିବା ବେଳେ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ପୋଲିସ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି, ସାଇଣ୍ଟିଫିକ ଟିମ୍ ଦ୍ୱାରା ଘଟଣାର ତଦନ୍ତ କରାଯିବା ସହ ମୃତଦେହ ବ୍ୟବଛେଦ କରାଯିବ ଏବଂ ଅତିଶୀଘ୍ର ଏହି ହତ୍ୟାଘଟଣା ର ରହସ୍ୟ ଉନ୍ମୋଚନ କରାଯିବ ବୋଲି ମୋହନା ଥାନା ଅଧିକାରୀ ସୁଜିତ ନାୟକ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.