ଜମିବାଡି ବିବାଦକୁ ନେଇ ଜଟଣୀ କନ୍ତିଆରେ ବୋମା ମାଡ, ବ୍ୟବସାୟୀ ଗୁରୁତର

ଖୋର୍ଦ୍ଧା (କେନ୍ୟୁଜ): ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଜଟଣୀ ଥାନା କନ୍ତିଆରେ ବୋମା ମାଡ। ବୋମା ମାଡରେ ରଚିତ୍ରା ନନ୍ଦ ସାମନ୍ତରାୟ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳ ୬ .୩୦ ସମୟରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା କନ୍ତିଆ ଗ୍ରାମରେ ଜମିବାଡି ବିବାଦକୁ ଯୋଗୁ ପୂର୍ବ ଶତୃତାକୁ କେନ୍ଦ୍ର କରି ଏକାଧିକ ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି। ୪ ଜଣ ଆସି ସେହି ଗ୍ରାମର ରଚିତ୍ରାନନ୍ଦ ସାମନ୍ତରାୟଙ୍କ ଉପରକୁ ବୋମାମାଡ କରିଥିଲେ। ଅଭିଯୁକ୍ତ ମାନେ ୭ ଗୋଟି ବୋମା ସୋପାଡିଥିବା ବେଳେ ୪ଟି ବୋମା ଫୁଟିଥିଲା ।

ସେଥିରୁ ଗୋଟିଏ ବୋମା ରଚିତ୍ରାନନ୍ଦଙ୍କ ଗୋଡରେ ବାଜିଥିବା ବେଳେ ସେ ଗୁରୁତର ଆହତ ହୋଇ ଭୂବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ବୋମାମାଡ କରିଥିବା ପରିବାର କହିଛନ୍ତି ଜମି ବିବାଦ ଯୋଗୁଁ ଅନେକ ଥର ପାଟିତୁଣ୍ଡ ହୋଇଛି । ଆଜିର ଘଟଣାରେ ସେମାନେ ମଧ୍ୟ ଆହତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.