ଓଡ଼ିଶା ହାଇକୋର୍ଟ ଇତିହାସରେ ପ୍ରଥମ: ଆଜିଠୁ ବିଚାରପତିଙ୍କୁ ଆଉ ମାଇଁ ଲର୍ଡ, ୟୋର ଲର୍ଡସିପ୍‌ ବା ୟୋର ଅନର ବୋଲି ସମ୍ବୋଧନ କରାଯିବନି

କଟକ(କେନ୍ଯୁଜ୍): ଓଡ଼ିଶା ହାଇକୋର୍ଟ ଇତିହାସରେ ପ୍ରଥମ ଘଟଣା । ହଟିଲା ଚାଲି ଆସିଥିବା ଇଂରେଜ ଅମଳର ପ୍ରଥା । ଆଜିଠୁ ବିଚାରପତି କିମ୍ବା ଖଣ୍ଡପୀଠଙ୍କୁ ଆଉ ମାଇଁ ଲର୍ଡ, ୟୋର ଲର୍ଡସିପ୍‌ ବା ୟୋର ଅନର ବୋଲି ସମ୍ବୋଧନ କରାଯିବନି । ଏହା ବଦଳରେ କେବଳ ସାର ବୋଲି ଆଇନଜୀବୀ ଓ ପକ୍ଷମାନେ ସମ୍ବୋଧନ କରିପାରିବେ । ଶୀତ ଅବକାଶ ପରେ ଆଜିଠୁ ହାଇକୋର୍ଟ ଖୋଲିଛି ।

ଆଜି ପ୍ରକାଶିତ ମାମଲା ତାଲିକା ଉଇକଲି କ୍ଲଜ୍‌ ଲିଷ୍ଟରେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଏଭଳି ନିର୍ଦ୍ଦେଶନାମା ଉଲ୍ଲେଖ ରହିଛି । ସାର ସମ୍ବୋଧନରେ କୋର୍ଟଙ୍କ ମର୍ଯ୍ୟାଦା ଯଥେଷ୍ଟ ବୋଲି ଏଥିରେ କୁହାଯାଇଛି । ମାଇଁ ଲର୍ଡ, ୟୋର ଲର୍ଡସିପ୍‌ ବା ୟୋର ଅନର ବୋଲି ଇଂରେଜ ଶାସନ ସମୟରୁ ବ୍ୟବହାର ହେଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.