ପୁଣି ଅଲୋଡ଼ା ଶିଶୁ କନ୍ୟା; ସନ୍ତାନକୁ ଜନ୍ମ ଦେବା ପରେ ଛୁ ମାରିଲେ ମହିଳା
ପୁରୀ (କେନ୍ୟୁଜ): ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ପ୍ରସୂତି ପାଇଁ ଭର୍ତ୍ତି ହୋଇଥିବା ଜଣେ ମହିଳା ହସପିଟାଲ ଆଉଟଡୋର ଶୌଚାଳୟ ଶିଶୁ କନ୍ୟାକୁ ଜନ୍ମ ଦେଲେ । ଶିଶୁକନ୍ୟାକୁ ଜନ୍ମ ଦେଇ ଛୁ ମାରିଲେ ମହିଳା । ସୁଇପର ଏହାକୁ ଦେଖିବା ପରେ ତାକୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଛନ୍ତି ।
କର୍ମଚାରୀ ଏହା ଜାଣିବା ପରେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଖବର ପାଇଁ ଚାଇଲଡ ହେଲ୍ପ ଲାଇନ କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଉଦ୍ଧାର ଶିଶୁ କନ୍ୟାର ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି । ତେବେ କେଉଁ ପରିସ୍ଥିତିରେ ଗର୍ଭବତୀ ମହିଳା ଶିଶୁକନ୍ୟା ଜନ୍ମ କଲେ ତାକୁ ନେଇ ଚର୍ଚ୍ଚା ।