ଢେଙ୍କାନାଳରେ ସାମାଜିକ ଦୂରତା ନରଖି ସିଲ୍ ହେଲା ଦୋକାନ, ଦୋକାନୀଙ୍କୁ ଗିରଫ କଲା ପୋଲିସ୍

ଢେଙ୍କାନାଳ: ସାମାଜିକ ଦୂରତା ନରଖି ସିଲ ହେଲା ଦୋକାନ । ଦୋକାନୀଙ୍କ ବିରୋଧରେ ମାମଲା ରୁଜୁ ସହ ଦୋକାନ ସିଲ କରାଯାଇଛି। ଲକଡାଉନ ବେଳେ ଢେଙ୍କାନାଳରେ ନିୟମକୁ କଡ଼ାକଡ଼ା ପାଳନ କରାଯାଉଛି। ତେବେ ସରକାରୀ ନିୟମର ଉଲ୍ଲଙ୍ଘନ କରିବାରୁ ମୀନାବଜାର ଠାରେ ସ୍ମାର୍ଟ ଚଏସ ନାମକ ଏକ ଷ୍ଟେସନାରୀ ଦୋକାନକୁ ସିଲ କରିବା ସହ ଦୋକାନୀକୁ ଗିରଫ କରାଯାଇଛି। ବିଭିନ୍ନ ଦୋକାନରେ ସାମାଜିକ ଦୂରତ୍ୱକୁ ବଜାୟ ରଖିବା ସହ ଜିଲ୍ଲା ପ୍ରଶାସନ ତରଫରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏହାକୁ ଅମାନ୍ୟ କଲେ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.