JSPL ର ସାଇଡ ଇନଚାର୍ଜଙ୍କୁ ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର

ସୁନ୍ଦରଗଡ (କେନ୍ୟୁଜ): ପଥରରେ ଛେଚି ନିର୍ମମ ହତ୍ୟା। ଯେଏସପିଏଲ ର ସାଇଡ ଇନଚାର୍ଜ ଙ୍କୁ ହତ୍ୟା। କମ୍ପାନୀ ର ଗେଷ୍ଟ ହାଉସ ଭିତରେ ପସି ହତ୍ୟା କରିଛନ୍ତି ହତ୍ୟାକାରୀ। ଦୀର୍ଘ ପାଞ୍ଚ ବର୍ଷ ହେବ କମ୍ପାନୀ ଗେଷ୍ଟ ହାଉସରେ କାମ କରୁଥିଲେ ହତ୍ୟାର ଶିକାର ହେଇଥିବା ସାଇଡ ଇନଚାର୍ଜ ମୋତିରାମ ପାଲ। ଲହୁଣୀପଡା ଥାନା ବର୍ଷୁଆଁ ଜେଏସପିଏଲ କମ୍ପାନୀ ଗେଷ୍ଟ ହାଉସରେ ଘଟିଛି ଏହି ହତ୍ୟାକାଣ୍ଡ।

ହତ୍ୟାକାଣ୍ଡ ର କାରଣ ଯଦିଓ ସ୍ପଷ୍ଟ ହୋଇନାହିଁ ତେବେ ମାଇନ୍ସ କିମ୍ବା ସାଇଡିଂ କୁ ନେଇ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଜଣେ ଘରୋଇ କମ୍ପାନୀର ଅଫିସର ଙ୍କ ଏଭଳି ହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.