ପରଦା ପଛର ରିଅଲ ହିରୋ ଡି ରାଘବେନ୍ଦ୍ର, ବାଂଲାଦେଶ ବିପକ୍ଷ ମ୍ୟାଚରେ ଟିମ୍‌ ଇଣ୍ଡିଆକୁ ଏମିତି କରିଥିଲେ ସାହାଯ୍ୟ

ଚଳିତ ଟି –୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିଛି। ହେଲେ ନଭେମ୍ବର ୨ ତାରିଖ ଦିନ ଖେଳାଯାଇଥିବା ମ୍ୟାଚରେ ଏମିତି କିଛି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହାକୁ ନେଇ ଆନନ୍ଦ ମହିନ୍ଦ୍ରା ଟ୍ଵିଟ୍‌ କରିଛନ୍ତି। ଏହିଦିନ ମ୍ୟାଚରେ ଭାରତ ସହିତ ବାଂଲାଦେଶର ମ୍ୟାଚ ରହିଥିଲା। ଏହି ମ୍ୟାଚରେ ଭାରତ ବାଂଲାଦେଶକୁ ମାତ୍ର ୫ ରନରେ ହରାଇଥିଲା। ଏହି ମ୍ୟାଚରେ ଭାରତ ବାଂଲାଦେଶକୁ ୧୮୫ ରନର ଟାର୍ଗେଟ ଦେଇଥିଲା।

ଏହି ରନ୍‌କୁ ପିଛା କରି ବାଂଲାଦେଶର ବ୍ୟାଟସମ୍ୟାନ୍‌ ଲିଟନ ଦାସ ୬୦ ରନ୍‌ କରିଥିଲେ। ଆଉ ଲିଟନଙ୍କ ଏପରି ବ୍ୟାଟିଂ ଫ୍ୟାନ୍ସଙ୍କ ମନରେ ଆଶଙ୍କା ସୃଷ୍ଟି କରିଥିଲା। କିନ୍ତୁ ୭ ଓଭରରେ ବର୍ଷା ହେବା ଯୋଗୁଁ ମ୍ୟାଚ୍‌ କିଛି ସମୟ ସ୍ଥଗିତ ରହିଥିଲା। ଆଉ ମ୍ୟାଚ୍‌ ଆରମ୍ଭ ପରେ ଟିମ୍‌ ଇଣ୍ଡିଆର ଖେଳାଳି ନିଜର ଜୋସ୍‌କୁ ଫେରିଥିଲେ। ଲିଟନ ଦାସଙ୍କୁ ରନଆଉଟ୍‌ କରିଥିଲେ କେଏଲ ରାହୁଲ। ହେଲେ ଏହି ମ୍ୟାଚରେ ପଡିଆ ବାହାରେ ଆଉ ଜଣେ ହିରୋଙ୍କୁ ଦେଖିବାକୁ ମିଳିଥିଲା । ସେ ଆଉ କେହି ନୁହନ୍ତି ତାଙ୍କ ନାମ ହେଛି ଡି ରାଘବେନ୍ଦ୍ର।

ଡି ରାଘବେନ୍ଦ୍ର ରଘୁ ନାମରେ ସେ ଲୋକପ୍ରିୟ। ରଘୁ ଭାରତୀୟ ଦଳର ଥ୍ରୋ-ଡାଉନ୍ ଏକ୍ସପର୍ଟ, ଅର୍ଥାତ୍ ନେଟସ ଅଭ୍ୟାସ ସମୟରେ ତାଙ୍କର କାର୍ଯ୍ୟ ଆରମ୍ଭ ହୋଇଥାଏ। କିନ୍ତୁ ବାଂଲାଦେଶ ବିପକ୍ଷ ମ୍ୟାଚରେ ଟିମ୍‌ ଇଣ୍ଡିଆର ଖେଳାଳିମାନେ ବାଂଲାଦେଶ ବିପକ୍ଷରେ ପଡ଼ିଆରେ ଖେଳୁଥିଲେ, ସେତେବେଳେ ରଘୁ ଭାରତୀୟ ଦଳକୁ ସାହାଯ୍ୟ କରୁଥିଲେ। ବର୍ଷା ଯୋଗୁଁ ଆଡଲେଡ ଗ୍ରାଉଣ୍ଡରେ ଥିବା ଖେଳାଳିଙ୍କ ମାଟି ଓଦା ଥିଲା। ଆଉ ବାରମ୍ବାର ଟିମ୍‌ ଇଣ୍ଡିଆର ଖେଳାଳିଙ୍କ ଜୋତାରେ ମାଟି ଲାଗୁଥିଲେ। ଆଉ ରଘୁ ଏକ ପଡିଆ ବାହାରେ ଏକ କଣ୍ଟା ବ୍ରଶ ଧରି ଖେଳାଳିଙ୍କ ଜୋତା ସଫା କରୁଥିଲେ। ଖେଳାଳିଙ୍କ ଜୋତାରେ ମାଟି ଲାଗି ପାଣିରେ ପାଦ ନ ଖସୁ, ସେଥିପାଇଁ ଏମିତି କାମ କରିବାକୁ ଲାଗିପଡିଥିଲେ।

ଓଭର ଶେଷ ହେବା ମାତ୍ରେ ରଘୁ ଭାରତୀୟ ଦଳର ଖେଳାଳିଙ୍କ ନିକଟକୁ ଦୌଡ଼ି ଆସି ଜୋତାର ମାଟି ସଫା କରୁଥିଲେ। ହାତରେ ବ୍ରଶ ଧରି ରଘୁ ଫିଲଡ଼ ବାହାରେ ଥିଲେ। ଏହାର ଏକ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରଲ ହେବାରେ ଲାଗିଛି ଏବଂ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି। କିଛି ଲୋକ ତାଙ୍କୁ ଟିମ୍ ଇଣ୍ଡିଆର ବିଜୟରେ ପରଦା ପଛରେ ଥିବା ହିରୋ ବୋଲି କହୁଛନ୍ତି। ରଘୁଙ୍କ ଏହି ଫଟୋକୁ ନେଇ ଆନନ୍ଦ ମହିନ୍ଦ୍ରା ନିଜ ଟ୍ଵିଟର ପେଜରେ ସେୟାର କରିବା ସହିତ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.