ଭୁବନେଶ୍ବର ଲୋକସଭା ଆସନରେ ହେବ ବିଗ ଫାଇଟ୍, ମୁହାଁମୁହିଁ ହେବେ ଅପରାଜିତା ଓ ମନ୍ମଥ

ଏଥର ଭୁବନେଶ୍ବର ଲୋକସଭା ଆସନରେ ହେବ ଅପରାଜିତା ବନାମ ମନ୍ମଥ ରାଉତରାୟ ବିଗ ଫାଇଟ । ବିଜେଡିରୁ ମନ୍ମଥ ରାଉତରାୟ ଭୁବନେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହେବା ପରେ ଏହାର କଣ ରହିବ ପ୍ରଭାବ ତା ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଭୁବନେଶ୍ବର (କେନ୍ୟୁଜ): ଏଥର ଭୁବନେଶ୍ବର ଲୋକସଭା ଆସନରେ ହେବ ଅପରାଜିତା ବନାମ ମନ୍ମଥ ରାଉତରାୟ ବିଗ ଫାଇଟ । ବିଜେଡିରୁ ମନ୍ମଥ ରାଉତରାୟ ଭୁବନେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହେବା ପରେ ଏହାର କଣ ରହିବ ପ୍ରଭାବ ତା ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି । ଭୁବନେଶ୍ବର ଲୋକସଭା ନିର୍ବାଚନରେ କଣ ରହିବ ମନ୍ମଥଙ୍କ ଇମ୍ପାକ୍ଟ ?

ଗତ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ୪ଲକ୍ଷ ୮୬ ହଜାର ୯୯୧ ଖଣ୍ଡ ଭୋଟ ପାଇଥିଲେ । ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ମିଳିଥିଲା ୪ଲକ୍ଷ ୬୩ ହଜାର ୧୫୨ ଖଣ୍ଡ ଭୋଟ । ମାତ୍ର ୨୩ହଜାର ୮୩୯ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ ଅପରାଜିତା । ଗତଥର ଭୁବନେଶ୍ବର ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଦେଇନଥିଲା । ବାମ ଦଳ ସହ ମେଣ୍ଟ ହୋଇଥିଲା କଂଗ୍ରେସର । ବାମ ଦଳରୁ ପ୍ରାର୍ଥୀ ହୋଇଥିଲେ ଜନାର୍ଦ୍ଦନ ପତି । ତାଙ୍କୁ ମାତ୍ର ୨୩ହଜାର ୨୬ଖଣ୍ଡ ଭୋଟ ମିଳିଥିଲା ।

ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଅଧୀନରେ ଥିବା ୭ଟି ବିଧାନସଭା ଭିତରୁ କଂଗ୍ରେସ ଜଟଣୀରେ ବିଜୟୀ ହୋଇଥିଲା । ଜଟଣୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ୬୮ହଜାର ୮୪୧ଖଣ୍ଡ ଭୋଟ ପାଇଥିଲେ ।  ବିଜେଡି ପ୍ରାର୍ଥୀ ୬୧ହଜାର ୩୩୯ଖଣ୍ଡ ଭୋଟ ପାଇଥିଲେ ।  କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ୭ହଜାର ୫୨୨ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ । ପ୍ରଶ୍ନ ସେୟା ନୁହେଁ ସୁରେଶ ରାଉତରାୟ କେତେ ଭୋଟରେ ଜିତିଲେ ପ୍ରଶ୍ନ ହେଉଛି ଭୁବନେଶ୍ବର ଲୋକସଭା ପାଇଁ କଂଗ୍ରେସ ଓ ବାମଦଳର ମେଣ୍ଟ ହୋଇଥିଲା ।

ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଭିତରୁ କେବଳ ଜଟଣୀରେ ୬୮ହଜାରରୁ ଅଧିକ ଭୋଟ କେବଳ କଂଗ୍ରେସକୁ ମିଳିଥିଲା ।  ଏବେ ପ୍ରଶ୍ନ ବାମ ଦଳର ସାଂସଦ ପ୍ରାର୍ଥୀ ଜନାର୍ଦ୍ଦନ ପତିଙ୍କୁ ମାତ୍ର ୨୩ହଜାର ଭୋଟ ମିଳିଲା କେମିତି ? ବାକି ୪୬ହଜାରରୁ ଅଧିକ ଭୋଟ କଂଗ୍ରେସର ଗଲା କୁଆଡେ ।  ଚର୍ଚ୍ଚା ହେଉଥିଲା କଂଗ୍ରେସ ଭୋଟ ବିଜେପି ଆଡକୁ ଯାଇଛି ।  ଏଥର ସେଥିରେ ବ୍ରେକ୍ ଲଗାଇବାକୁ ମନ୍ମଥଙ୍କୁ ନେଇ ବିଜେଡି ରଣନୀତି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.