ପୋଲିସ ଏନକାଉଣ୍ଟରରେ ୩ ମାଓବାଦୀ ମୃତ, ୩ଟି ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ଜବତ

ମାଲକାନଗିରି (କେନ୍ଯୁଜ୍): ପୋଲିସ ଏନକାଉଣ୍ଟରରେ ୩ ମାଓବାଦୀ ମୃତ । ୩ଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ଦନ୍ତେଓ୍ଵାଡା ପୋଲିସକୁ ବଡ ସଫଳତା । ମୃତ ମାଓବାଦୀଙ୍କ ନାଁରେ ୩ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା ।

ସୂଚନା ଅନୁଯାୟୀ, ଡୋଲକାଲ ଜଙ୍ଗଲରେ ଭୈରମଗଡ଼ ଏରିଆ କମିଟି ମାଓ ସଙ୍ଗଠନର ଏକ ବଡ ଧରଣ ମାଓ କ୍ୟାମ୍ପ ରହିଥିଲା । ପୋଲିସ ଖବରପାଇ ଚଢାଉ କରିଥିଲେ । ପୋଲିସ ଓ ମାଓବାଦୀ ଭିତରେ ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା । ଏଥିରେ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଟପ୍‌ କ୍ୟାଡର ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.