ଆଜି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଜାରି, ଆସନ୍ତାକାଲିଠୁ କମିବ

ଭୁବନେଶ୍ୱର(କେନ୍ୟୁଜ୍): ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଏନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ ଓଡ଼ିଶାରେ ଲାଗି ରହିଛି ଝିପିଝିପି ବର୍ଷା । ସେହିପରି ଭୁବନେଶ୍ୱର ଓ କଟକ ସହରରେ ବି ବର୍ଷା ଚାଲିଛି ।

ଆସନ୍ତାକାଲିଠୁ କମିବ ବର୍ଷା ବିସ୍ତତି । ବଦଳିବ ପାଗ । ଅକ୍ଟୋବର ମାସରେ ଏଯାଏ ରାଜ୍ୟରେ ୭୯.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ୱାଭାବିକ ବର୍ଷା ତୁଳନାରେ ୬୫ ପ୍ରତିଶତ ଅଧିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.