ନୂଆପଡ଼ା : ପାୱାରତୋଲା ଓ ତରିଆମହୁଆଭଟା ଅଞ୍ଚଳରେ ବାଘ ଆତଙ୍କ, ସନ୍ଧ୍ୟା ହେଲେ ଘରେ ତାଟି କବାଟ

ନୂଆପଡ଼ା ଜିଲା ସଦର ବ୍ଲକ ପାୱାରତୋଲା ଓ ତରିଆମହୁଆଭଟା ଗାଁ ଅଞ୍ଚଳରେ କଲରାପତରିଆ ବାଘର ଆତଙ୍କ ଦେଖାଦେଇଛି । ରାତି ହେଲେ ବାଘ ଗାଁ ଭିତରକୁ ପଶି ଗୃହପାଳିତ ପଶୁଙ୍କୁ ଶିକାର କରୁଛି । ଗତ ୭ ଦିନ ମଧ୍ୟରେ ୨ଟି ଗାଈ ଓ ଗୋଟିଏ ବାଛୁରୀକୁ ଗୁହାଳରୁ ଟାଣିନେଇ ଖାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ନୂଆପଡ଼ା(କେନ୍ୟୁଜ) : ନୂଆପଡ଼ା ଜିଲା ସଦର ବ୍ଲକ ପାୱାରତୋଲା ଓ ତରିଆମହୁଆଭଟା ଗାଁ ଅଞ୍ଚଳରେ କଲରାପତରିଆ ବାଘର ଆତଙ୍କ ଦେଖାଦେଇଛି । ରାତି ହେଲେ ବାଘ ଗାଁ ଭିତରକୁ ପଶି ଗୃହପାଳିତ ପଶୁଙ୍କୁ ଶିକାର କରୁଛି । ଗତ ୭ ଦିନ ମଧ୍ୟରେ ୨ଟି ଗାଈ ଓ ଗୋଟିଏ ବାଛୁରୀକୁ ଗୁହାଳରୁ ଟାଣିନେଇ ଖାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏବେ କଲରାପତରିଆ ବାଘ ଭୟରେ ଗାଁ ଲୋକେ ଘରୁ ପଦାକୁ ବାହାରୁନଥିବା ବେଳେ ସନ୍ଧ୍ୟା ହେଲେ ସମସ୍ତଙ୍କ ଘରେ ତାଟି କବାଟ ପଡିଯାଉଛି । ଅପରପକ୍ଷେ, ନୂଆପଡା ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ବାଘର ପାଦ ଚିହ୍ନ ଠାବ କରିବା ସହ ଗାଁ ଲୋକଙ୍କୁ ସତର୍କ ରହିବା ପାଇଁ ସଚେତନ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.