Below header

ଆଜି ସାରା ଦେଶରେ ପାଳନ ହେଉଛି ଇଦ୍, ପ୍ରଶାସନ ପକ୍ଷରୁ ସମସ୍ତ ମସଜିଦ ସାମ୍ନାରେ ୧୪୪ ଧାରା ଜାରି

ଭୁବନେଶ୍ବର: ସାରା ଦେଶରେ ଆଜି ପାଳନ ହେଉଛି ଇଦ୍‌ । ଚାରିଆଡେ ଉତ୍ସାହର ମାହୋଲ। ତେବେ କରୋନା କଟକଣା ଭିତରେ ଆଜି ମୁସଲମାନ ଭାଇ ଭଉଣୀମାନେ ପାଳନ କରୁଛନ୍ତି ଇଦ୍‌। ଇଦ୍‌ଗାହ ଓ ମସଜିଦରେ ସମୁହ ନମାଜ ପାଠ ନକରିବାକୁ ସରକାରଙ୍କ କଡା ନିର୍ଦ୍ଦେଶ ରହିଛି। ତେଣୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି।

ତେବେ ମସଜିଦ ମାନଙ୍କରେ ମୌଲବୀଙ୍କ ସମେତ ୫ଜଣଙ୍କୁ ନମାଜ ପାଠ କରିବାକୁ ଅନୁମତି ମିଳିଛି । ଘରେ ସାମାଜିକ ଦୂରତା ରକ୍ଷା କରି ଇଦ୍‌ ପାଳନ କରୁଛନ୍ତି ମୁସଲିମ୍‌ ଭାଇଭଉଣୀ। ଚଳିତ ବର୍ଷ କରୋନା ପାଇଁ ଇଦ୍‌ ଉତ୍ସବ ସାମାନ୍ୟ ଫିକା ପଡ଼ିଛି। କିନ୍ତୁ ସରକାରଙ୍କ ନିୟମକୁ ସ୍ବାଗତ କରି ନିରାଡମ୍ବର ଭାବେ ଇଦ୍ ପାଳନ କରିବାକୁ ଆଗେଇ ଆସିଛନ୍ତି ସବୁ ମୁସଲମାନ ଭାଇ ଭଉଣୀମାନେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.