ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆଜି ସମ୍ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ଆପଣଙ୍କ ସହରରେ କେତେବେଳେ ହେବ ଦୃଶ୍ୟମାନ

ଭୁବନେଶ୍ୱର(କେନ୍ୟୁଜ୍): ଆଜି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ । ଅପରାହ୍ନ ୨ଟା ୩୮ ମିନିଟ୍‌ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ । ସନ୍ଧ୍ୟା ୬ଟା ୧୮ ମିନିଟ୍‌ ୪୭ ସେକେଣ୍ଡରେ ସର୍ବମୋକ୍ଷ । ଗ୍ରହଣ ସନ୍ଧ୍ୟା ୫ଟା ୫ ମିନିଟ୍‌ ୫୯ ସେକେଣ୍ଡଠାରୁ ସନ୍ଧ୍ୟା ୬ଟା ୧୮ ମିନିଟ୍‌ ୪୭ ସେକେଣ୍ଡ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ । ଭୋର ୫ଟା ୫୪ ମିନିଟ୍‌ ୫୩ ସେକେଣ୍ଡଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ସମ୍ପୂର୍ଣ୍ଣ ଗ୍ରହଣ ଦେଖାଯିବ । କିଛି ଜିଲ୍ଲାରେ ଦୃଶ୍ୟମାନେ ହେବ କେବଳ ଆଂଶିକ ଗ୍ରହଣ ।

ଭୁବନେଶ୍ୱରରେ ସନ୍ଧ୍ୟା ୦୫ଟା.୦୬ରୁ ୬ଟା.୧୯ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ । କଟକରେ ସନ୍ଧ୍ୟା ୫ଟା.୦୫ରୁ ୬ଟା ୧୯ ପର୍ଯ୍ୟନ୍ତ ଦେଖାଯିବ । କୋରାପୁଟରେ ସନ୍ଧ୍ୟା ୫ଟା ୨୧ରୁ ୬ଟା ୧୯ପର୍ଯ୍ୟନ୍ତ ଦେଖାଯିବ । ପୁରୀରେ ସନ୍ଧ୍ୟା ୫ଟା ୭ରୁ ୬ଟା ୧୯ ପର୍ଯ୍ୟନ୍ତ ଦେଖାଯିବ ଚନ୍ଦ୍ରଗ୍ରହଣ । ସମ୍ବଲପୁରରେ ସନ୍ଧ୍ୟା ୫ଟା ୧୨ରୁ ୬ଟା ୧୯ ପର୍ଯ୍ୟନ୍ତ ଦେଖାଯିବ । ଏହି ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆକାଶ ମେଘମୁକ୍ତ ରହିଲେ ଏହାକୁ ଖାଲି ଆଖିରେ ଦେଖି ହେବ । ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ପୃଥିବୀ ଏକ ସରଳରେଖାରେ ରହିଲେ ଚନ୍ଦ୍ର ଗ୍ରହଣ ହୋଇଥାଏ । ଆସନ୍ତା ୨୦୨୫ ସେପ୍ଟେମ୍ବର ୭ ତାରିଖରେ ପରବର୍ତ୍ତୀ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.