ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର: ୨ମୃତ, ୪ ଗୁରୁତର

ଭୁବନ ଥାନା ସୁରପ୍ରତାପପୁର ଗାଁ ଅଷ୍ଟପ୍ରହରି ନାମଯଜ୍ଞ ପାଇିଁ ଝାଟି ସଂଗ୍ରହ କରି ଫେରୁଥିବା ବେଳେ ଓଲଟିଲା ଟ୍ରାକ୍ଟର ୨ମୃତ ୪ଗୁରୁତର

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଗାଁ ଅଘଟଣ । ଟ୍ରାକ୍ଟର ଓଲଟି ୨ମୃତ ୪ଗୁରୁତର। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ ଅଷ୍ଟପ୍ରହରି ନାମଯଜ୍ଞ ପାଇିଁ ଝାଟି ସଂଗ୍ରହ କରି ଫେରୁଥିବା ବେଳେ ଓଲଟିଲା ଟ୍ରାକ୍ଟର। ଭୂବନ ଥାନା ଟିପିଲେଇ ସଂରକ୍ଷିତ ଜଙ୍ଗଲରୁ ଫେରୁଥିବା ବେଳେ ଅଧାରାସ୍ତାରେ ହଠାତ୍‌ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଦୁର୍ଘଟଣା ସଂପର୍କରେ ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ମଠକରୋଗଳା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଚାରି ଜଣଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ମଠକରୋଗଳା ମେଡିକାଲରେ ଜଣେ ବ୍ୟକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଭୁବନ ମେଡିକାଲରେ ଆଉ ଜଣଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.