କଦଳୀ ଭେଳାରେ ପାର ହେଉଥିବାବେଳେ ବୁଡି ଯାଇ ଦୁଇ ଭାଇ ମୃତ

ଯାଜପୁର: ବନ୍ଯା ଦାଉରୁ ମୁକୁଳିନଥିବା ବେଳେ ଯାଜପୁର ଜିଲ୍ଲା ବରୀରେ ଘଟିଛି ଆଉ ଏକ ଅଘଟଣ। ଏହି ବ୍ଲକ ମନ୍ଦାରୀ ପଞ୍ଚାୟତ ମେଦୁଆକୁଳ ଗାଁରେ ପାଟରେ ବୁଡି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଆଜି ଏହି ଗାଁର ଦୁଇଜଣ ଯୁବକ କଦଳୀ ଭେଳାରେ ପାଟ ଭିତରକୁ ଯାଉଥିବା ସମୟରେ ହଠାତ ଭେଳାଟି ଓଲଟି ପଡିଥିଲା।

ଫଳରେ ଏହି ଦୁଇ ଜଣ ବନ୍ୟାଜଳରେ ବୁଡି ଯାଇଥିଲେ। ଖବର ପାଇ ବରୀ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଁଚି ଦୁଇଜଣଙ୍କୁ ଉଦ୍ଧାର କରି ବରୀ-ରାମଚନ୍ଦ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ହେଲେ ଉକ୍ତ ଗାଁର ମଧୁସୂଦନ ବେହେରାଙ୍କ ପୁଅ ଶୁଭ୍ରଜିତ ବେହେରା (୨୪) ଏବଂ ଉଦ୍ଧବ ବେହେରାଙ୍କ ପୁଅ ମିଟୁଲ ବେହେରା (୨୯)। ଉଭୟ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି। ବରୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.