ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ସମୟରେ ଅଘଟଣ: ଭାଲୁ ଆକ୍ରମଣରେ ୨ ଗୁରୁତର

କରଞ୍ଜିଆ(କେନ୍ୟୁଜ୍‌): ଶିମିଳିପାଳ ଅଭୟାରଣ୍ୟରେ ଥିବା ୧୬ଟି ରେଞ୍ଜର ୧୭୩ଟି ସ୍ଥାନରେ ଚାଲିଛି ବାଘଗଣନା । ବାଘ ଗଣନା ସମୟରେ ଅଘଟଣ। ଭାଲୁ ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସେମାନେ ଉତ୍ତର ଶିମିଳିପାଳର ଚହଲା ରେଞ୍ଜ ଅନ୍ତର୍ଗତ ତାମଳବନ୍ଧା କୋର ବିଟ୍‌ରେ ବାଘ ଗଣନା କରୁଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇ ଆହତ ଅବସ୍ଥାରେ ପ୍ରଥମେ ମଣଦା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା କରାଯାଇଥିଲା।

ପରେ ଯଶୀପୁର ଗୋଷ୍ଠୀ କେନ୍ଦ୍ରକୁ ପଠାଯାଇଛି। ଏପରି ଘଟଣା ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପ୍ରଥମ ହୋଇଥିବା କାରଣରୁ ସମସ୍ତ ବନ କର୍ମଚାରୀଙ୍କୁ ସତର୍କତା ରହି ଗଣନା କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ । ଆଠ ଦିନ ଧରି ଗଣନା କାର୍ଯ୍ୟ ଚାଲିବ। ଗତ ୬ ତାରିଖରୁ ଆରମ୍ଭ ହୋଇ ୧୩ରେ ଶେଷ ହେବ।