ରାଜ୍ୟରେ ଦ୍ୱିତୀୟ ଦିନରେ ମୋଟ୍‌ ୨ ଲକ୍ଷ ୫୨ ହଜାର ୮୦ ଜଣଙ୍କୁ କୋଭିଡ୍‌ ଟିକାକରଣ

ଭୁବନେଶ୍ବର: ରାଜ୍ୟରେ ଦ୍ୱିତୀୟ ଦିନ ପାଇଁ ୨ ଲକ୍ଷରୁ ଅଧିକ କୋଭିଡ୍‌ ଟିକାକରଣ ହୋଇଛି । ମୋଟ୍‌ ୨ ଲକ୍ଷ ୫୨ ହଜାର ୮୦ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । କୋଭିଡ୍‌ ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ରାଜ୍ୟରେ ଦୈନିକ ୨ ଲକ୍ଷ ଟିକାକରଣ ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ଦୁଇ ଦିନ ପାଇଁ ଏହି ଲକ୍ଷ୍ୟ ହାସଲ ହୋଇଛି । ଗତକାଲି ୬୫୫ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଥମ ଡୋଜ୍‌, ୬୪୩ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦ୍ୱିତୀୟ ଡୋଜ୍‌, ୧୪୨୬ ଜଣ ଫ୍ରଣ୍ଟଲାଇନ୍‌ ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍‌, ୯୮୦ ଫ୍ରଣ୍ଟଲାଇନ୍‌ ଯୋଦ୍ଧାଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା ଦିଆଯାଇଛି ।

ସେହିପରି ୪୫ରୁ ୫୯ ବର୍ଷ ବୟସ୍କଙ୍କ ମଧ୍ୟରେ ୧ ଲକ୍ଷ ୬୯ ହଜାର ୩୪୪ ଜଣଙ୍କୁ ପ୍ରଥମ ଡୋଜ୍‌ ଓ ୭୨୫ ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆଯାଇଛି । ୪୫ରୁ ୫୯ ବର୍ଷ ବୟସ୍କ ବର୍ଗରେ ହୋଇଥିବା ଟିକାକରଣରେ ବିଭିନ୍ନ ରୋଗରେ ପୀଡ଼ିତ ମଧ୍ୟ ସାମିଲ ଅଛନ୍ତି । ସେପଟେ ୬୦ ବର୍ଷରୁ ଅଧିକ ବୟସର ୬୮, ୧୬୭ ଜଣଙ୍କୁ ପ୍ରଥମ ଡୋଜ୍‌ ଓ ୬୦ ବର୍ଷରୁ ଅଧିକ ବୟସର ୧୦, ୧୪୦ ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୨୮ ଲକ୍ଷ ୬୬ ହଜାର ୨୫୫ ଜଣଙ୍କୁ ଟିକା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.