ୟୁପି ଡନ୍ ଗୁଡ୍ଡୁ ମୁସଲିମର ବରଗଡ଼ ଲିଙ୍କ୍‌! ଜଣେ ବ୍ୟକ୍ତିଙ୍କୁ ଏସଟିଏଫ ପଚରାଉଚରା କରୁଥିବା ବେଳେ ମିଳିଛି ସୂଚନା

ଗୁଡ୍ଡୁ ମୁସଲିମ୍‌ର ବରଗଡ଼ ଲିଙ୍କ୍‌ । ଜଣେ ବ୍ୟକ୍ତିଙ୍କୁ ଏସଟିଏଫ ପଚରାଉଚରା କରୁଥିବା ସୂଚନା ମିଳିଛି । ସମ୍ପୃକ୍ତ ବ୍ୟକ୍ତି ସହ ଗୁଡ୍ଡୁ ମୁସଲିମ୍‌ର ଡ୍ରାଇଭରର ଲିଙ୍କ ଥିବା ସୂଚନା ।

ବରଗଡ଼ (କେନ୍ୟୁଜ): ଗୁଡ୍ଡୁ ମୁସଲିମ୍‌ର ବରଗଡ଼ ଲିଙ୍କ୍‌ । ଉତ୍ତରପ୍ରଦେଶ ଏସଟିଏଫ୍‌ ବରଗଡ଼ରେ ତନାଘନା କରୁଥିବା ସୂଚନା । ଜଣେ ବ୍ୟକ୍ତିଙ୍କୁ ଏସଟିଏଫ ପଚରାଉଚରା କରୁଥିବା ସୂଚନା ମିଳିଛି । ସମ୍ପୃକ୍ତ ବ୍ୟକ୍ତି ସହ ଗୁଡ୍ଡୁ ମୁସଲିମ୍‌ର ଡ୍ରାଇଭରର ଲିଙ୍କ ଥିବା ସୂଚନା । ବରଗଡ଼ ଜିଲ୍ଲା ସୋହେଲାରୁ ରାଜା ଖାନଙ୍କୁ ଉଠାଇ ନେଇଛି ଉତ୍ତର ପ୍ରଦେଶ ପୋଲିସ ।

ଗତ କାଲି ବିଳମ୍ବିତ ରାତି ଉତ୍ତର ପ୍ରଦେଶର ଏକ ପୋଲିସ ଟିମ ବରଗଡ଼ ଜିଲ୍ଲା ସୋହେଲାରେ ପହଞ୍ଚିଥିଲା । ମୋବାଇଲ ଟ୍ରାକିଂରୁ ଉଭୟଙ୍କ ଲିଙ୍କ୍‌ ଥିବା ଏସଟିଏଫ ଜାଣିବାକୁ ପାଇଛି । ମୋବାଇଲ ଫୋନ୍‌ ଟ୍ରାକିଂ ଆଧାରରେ ଏସଟିଏଫ ଟିମ୍‌ ବରଗଡ଼ରେ ପହଞ୍ଚିଥିବା ସୂଚନା ମିଳିଛି । ହେଲେ ଏ ସମ୍ପର୍କରେ ବଗରଡ଼ ପୋଲିସ କୌଣସି ସୂଚନା ଦେଇନାହିଁ ।

ଏହା ପୂର୍ବରୁ ଓଡ଼ିଶା ଆସି ପୁରୀରେ ଗୁଡ୍ଡୁ ମୁସଲିମ୍‌ ଲୁଚିଥିବା ନେଇ ଚର୍ଚ୍ଚା ହୋଇଥିଲା । ପୁରୀରେ ଗୁଡ୍ଡୁ ମୁସଲିମ୍‌ର ଲାଷ୍ଟ ଲୋକେସନ ମିଳିଥିଲା । ଉତ୍ତରପ୍ରଦେଶ ଏସଟିଏଫ ପୁରୀରେ ପହଞ୍ଚିଲା ବେଳକୁ ସେ ଫେରାର ହୋଇଯାଇଥିଲା । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର । ହେଲେ ପୁରୀ ଏସପି କଳିଙ୍ଗ ଟିଭିକୁ ପ୍ରତିକ୍ରିୟା ଦେଇ ଏହି ଖବରକୁ ଖଣ୍ଡନ କରିଥିଲେ । ଉତ୍ତରପ୍ରଦେଶର ଉମେଶ ପାଲ ହତ୍ୟା ମାମଲାରେ ଫେରାର ଅଛି ଗୁଡ୍ଡୁ ମୁସଲିମ୍‌ । ମାଫିଆ ଡନ୍‌ ଅତିକ୍‌ର ସବୁଠୁ ଘନିଷ୍ଠ ଗୁଡ୍ଡୁ ମୁସଲିମ୍‌ । ମାଫିଆ ଡନ୍‌ ଅତିକ୍‌ର ସବୁଠୁ ଘନିଷ୍ଠ । ବୋମା ଫିଙ୍ଗି ହତ୍ୟା କରିବାରେ ସେ ବେଶ ମାହିର । ତା ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଛି । ଉମେଶ ପାଲଙ୍କ ହତ୍ୟା ମାମଲାରେ ୧୦ ଅଭିଯୁକ୍ତଙ୍କ ଭିତରେ ଅଛି ଗୁଡ୍ଡୁ ମୁସଲିମ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.