ମାଓ ଅଧ୍ୟୁଷିତ ଇଲାକାରେ ଭୋଟିଂ ଜାରି: ସୁରକ୍ଷା ଦାୟିତ୍ୱରେ ୩୭ହଜାର ୨୪୫ ପୋଲିସ୍, ୨୩୫ ପ୍ଲାଟୁନ୍‌ ଫୋର୍ସ ମୁତୟନ

କେନ୍ଯୁଜ୍: ମାଓ ଅଧ୍ୟୁଷିତ ଇଲାକାରେ ଭୋଟିଂ ଜାରି । ମାଓ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ୭ଟି ଜିଲ୍ଲା ପରିଷଦ ଜୋନରେ ଭୋଟ୍‌ ନିଆଯାଉଛି । ସେହିପରି ମାଲକାନଗିରି, କନ୍ଧମାଳ ଓ ନୂଆପଡ଼ା ଜିଲ୍ଲାର ୩ଟି ଲେଖାଏ ନିର୍ବାଚନ ମଣ୍ଡଳୀରେ ମତଦାନ ହେଉଛି । ସୁରକ୍ଷା ଦାୟିତ୍ୱରେ ଅଛନ୍ତି ୩୭ହଜାର ୨୪୫ ପୋଲିସ । ୨୩୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ଅଛନ୍ତି ।

ସୂଚନା ଥାଉକି, ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ମତଦାନ । ୩୦ ଜିଲ୍ଲାର ୭୧ ବ୍ଲକ ଅନ୍ତର୍ଗତ ୨୦୦ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍‌ ନିଆଯାଉଛି । ମୈଦାନରେ ଅଛନ୍ତି ୭୨୬ ପ୍ରାର୍ଥୀ । ସେହିପରି ୧୬ଶହ ୬୯ ପଞ୍ଚାୟତରେ ଭୋଟିଂ ହେଉଛି । ଏଥିପାଇଁ ୨୨ହଜାର ୩୭୯ ବୁଥ୍‌ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.