ମଧ୍ୟ ରାତ୍ରିରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ପୂର୍ବ ଶତ୍ରୁତାକୁ ନେଇ ରାତି ଅଧରେ ଯୁବତୀଙ୍କ ଘରେ ପଶି କଲେ ଆକ୍ରମଣ

ଭୁବନେଶ୍ୱର (କେନ୍ୟୁଜ): ପୂର୍ବ ଶତ୍ରୁତାକୁ ନେଇ ରାତି ଅଧରେ ଯୁବତୀଙ୍କୁ ଘରେ ପଶି ଆକ୍ରମଣ। ରାଜଧାନୀ ଭୁନେଶ୍ୱର କାନନ ବିହାର ଫେଜ୍ ୨ ଅଞ୍ଚଳରେ ଘଟିଛି ଏଭଳି ଘଟଣା। ବାଣପୁରର ଓ ଯାଜପୁରର ଦୁଇ ଜଣ ଯୁବତୀ ଗୋଟିଏ ଭୁବନେଶ୍ୱରର ଏକ କ୍ଲବରେ କାମ କରୁଥିବା ବେଳେ କାନନ ବିହାରରେ ଭଡ଼ାରେ ରହୁଥିଲେ। କିଛିଦିନ ତଳେ ଆକ୍ରମଣକାରି ଯୁବକ (ଗୌତମଙ୍କ) ସହ କୌଣସି କାରଣକୁ ନେଇ ଯୁବତୀଙ୍କ ସହ ପାଟିତୁଣ୍ଡ ହୋଇଥିଲା। ସେତେବେଳେ ଘଟଣାକୁ ନେଇ ଯୁବକ ଜଣକ ଯୁବତୀଙ୍କୁ ମାଡ଼ ମଧ୍ୟ ମାରିଥିଲେ।

କିଛି ଦିନ ପରେ ଆଜି ପୁଣି ଥରେ ରାତି ଅଧରେ ଦୁଇ ଯୁବତୀ ଖାଇ ସାରି ନିଜ ରୁମରେ ଶୋଇବାକୁ ଯାଉଥିବାବେଳେ କବାଟ କାଚ ଭାଙ୍ଗି ଦୁଇ ମହଲା ଉପରକୁ ଯାଇ କବାଟ ବାଡ଼େଇ ଥିଲେ ସଂପୃକ୍ତ ଯୁବକ। କବାଟ ନଖୋଲିବାରୁ ଉତ୍ୟକ୍ତ ହୋଇ କିଛି ସମୟପରେ କବାଟ ଭାଙ୍ଗି ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଅନେକ ସମୟ ଧରି ସେଠାରେ ଆତଙ୍କ ମଚେଇ ଥିଲେ। ବିଲଡିଂ ରେ ରହୁଥିବା ଓନର୍ pcr କୁ ଫୋନ୍ କରିଥିଲେ। ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପିସିଆର ଓ ଇନ୍ଫୋସିଟୀ ଥାନା ପୋଲିସ ପହଞ୍ଚି କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଯୁବତୀଙ୍କୁ ଉଦ୍ଧାର କରିବା ସହ ଆକ୍ରମଣକାରୀ ଯୁବକକୁ କାବୁ କରି ବର୍ତ୍ତମାନ ଥାନା କୁ ନେଇଛନ୍ତି। ଯୁବତୀ ଦୁଇ ଜଣ ମଧ୍ୟ ଥାନାକୁ ଯାଇ ମାମଲା ରୁଜୁ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.