ଦିବ୍ୟାଙ୍ଗ ପିଲା ଜନ୍ମ କରିବାରୁ ସ୍ତ୍ରୀକୁ ନିର୍ଯାତନା, ଷ୍ଟେସନରେ ଛାଡ଼ି ସ୍ୱାମୀ ଫେରାର

ପ୍ରତାରକ ସ୍ୱାମୀ ଘର ଆଗରେ ଅସହାୟ ସ୍ତ୍ରୀର ଧାରଣା। ଦିବ୍ୟାଙ୍କ ପୁଅ ଜନ୍ମ କରିଥିବାରୁ ସ୍ତ୍ରୀକୁ ନିର୍ଯାତନା ଦେଇ ଘରୁ ତଡ଼ିବା ପରେ ଦ୍ଵିତୀୟ ବିବାହ କରିବାରୁ ଶ୍ୱଶୁର ଘର ଆଗରେ ସ୍ତ୍ରୀ ବସିଛି ଅନଶନରେ।  ଆଜିର ଏ ଘଟଣା ଟିକେ ଭିନ୍ନ । ଯାହାକୁ ଶୁଣିଲେ ଆପଣଙ୍କ ଆଖି ବି କାନ୍ଦି ଉଠିବ ।

ଜଳେଶ୍ୱର (କେନ୍ୟୁଜ): ପ୍ରତାରକ ସ୍ୱାମୀ ଘର ଆଗରେ ଅସହାୟ ସ୍ତ୍ରୀର ଧାରଣା। ଦିବ୍ୟାଙ୍କ ପୁଅ ଜନ୍ମ କରିଥିବାରୁ ସ୍ତ୍ରୀକୁ ନିର୍ଯାତନା ଦେଇ ଘରୁ ତଡ଼ିବା ପରେ ଦ୍ଵିତୀୟ ବିବାହ କରିବାରୁ ଶ୍ୱଶୁର ଘର ଆଗରେ ସ୍ତ୍ରୀ ବସିଛି ଅନଶନରେ।  ଆଜିର ଏ ଘଟଣା ଟିକେ ଭିନ୍ନ । ଯାହାକୁ ଶୁଣିଲେ ଆପଣଙ୍କ ଆଖି ବି କାନ୍ଦି ଉଠିବ । ଦିବ୍ୟାଙ୍ଗ ପିଲା ଜନ୍ମ ହେଲା ବୋଲି ଗର୍ଭବତୀ ସ୍ତ୍ରୀ ଙ୍କୁ ନେଇ ରେଳ ଷ୍ଟେସନ ରେ ଛାଡି ପଳେଇଲା ସ୍ୱାମୀ । ସ୍ୱାମୀ ଛାଡି ପଳାଇବା ପରେ ବହୂ କଷ୍ଟରେ ଦିବ୍ୟାଙ୍ଗ ପୂଅ କୁ ଧରି ଶ୍ୱଶୁର ଘରେ ପହଞ୍ଚିଲା ବେଳକୁ ଶାଶୁ , ଶ୍ୱଶୁର ଏବଂ ବିବାହିତ ନଣନ୍ଦ ମିଶି ବୋହୂ କୁ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରି ଆକ୍ରମଣ କରିବା ସହ ଘରର କବାଟ ବନ୍ଦ କରି ଦେଲେ। ଶେଷରେ ବାଧ୍ୟ ହୋଇ ଦୁଇ ଜଣ ଛୋଟ ପିଲା ଙ୍କୁ ଧରି ଭୋକ ଉପାସରେ ନ୍ୟାୟ ପାଇବା ପାଇଁ ସ୍ୱାମୀଙ୍କ ଘର ଆଗରେ ଧାରଣା ରେ ବସିଛି ସ୍ତ୍ରୀ ।

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ ବସ୍ତା ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମର ମିର ଅମର ଅଲ୍ଲି ୨୦୧୭ ମସିହରେ ଭୋଗରାଇ ଥାନା ଅନ୍ତର୍ଗତ ରସଲପୁର ଗ୍ରାମର ନିଜ ମାମୁଁ ଙ୍କ ଝିଅ ସଜନା ବିବି ଙ୍କୁ ପ୍ରେମ ବିବାହ କରି ହାଇଦ୍ରାବାଦରେ ନେଇ ରଖିଥିଲେ। ମିର ଅମର ଅଲ୍ଲି ସେଠାରେ ଏକ ଘରୋଇ ହୋଟେଲରେ ରୋଷେୟା ଭାବରେ କାର୍ଯ୍ୟ କରୁଥିଲେ। ବିବାହର ଗୋଟିଏ ବର୍ଷ ପରେ ସେମାନଙ୍କର ଗୋଟିଏ ପୂତ୍ର ସନ୍ତାନ ଜନ୍ମ ହୋଇଥିଲା। ମାତ୍ର ପୁଅକୁ ଦୁଇ ବର୍ଷ ହେବା ପରେ ସେ ଦିବ୍ୟାଙ୍ଗ ବୋଲି ଜଣା ପଡିଥିଲା । ସେବେଠୁ ଆରମ୍ଭ ହୋଇଯାଇଥିଲା ସଜନାଙ୍କ ଉପରେ ଅକଥନୀୟ ଅତ୍ୟାଚାର ।

ଯାହାକୁ ସହି ନପାରି ସଜନା ହାଇଦ୍ରାବାଦର ଖମମ ପୋଲିସ ଷ୍ଟେସନରେ ସ୍ୱାମୀଙ୍କ ବିରୁଦ୍ଧ ରେ ଏତେଲା ଦେଇଥିଲେ। ସେଠାରେ ପୋଲିସଙ୍କ ଉପସ୍ଥିତିରେ ଆଉ ମାରପିଟ୍ କରିବେ ନାହିଁ ବୋଲି ଲିଖିତ ପ୍ରତିଶୃତି ଦେବା ପରେ ମଧ୍ୟ ଘରକୁ ଆସି ପୁଣି ଆରମ୍ଭ ହୋଇ ଥିଲା ନିର୍ଯ୍ୟାତନା ।କୌଣସି ଉପାୟ ନପାଇ ଛୋଟ ଦିବ୍ୟାଙ୍ଗ ପୁଅ କୁ ନେଇ ସ୍ୱାମୀ ଙ୍କ ପାଖରେ ହାଇଦ୍ରାବାଦରେ ରହୁଥିଲେ। ଏହା ପରେ ସଜନା ପୁଣି ୯ମାସର ଗର୍ଭବତୀ ଥିବାବେଳେ ସ୍ୱାମୀ ମିର ଅମର ଅଲ୍ଲି ତାଙ୍କୁ ବାହାନା କରି ଗାଁ କୁ ଆଣିବାକୁ କହି ଟ୍ରେନ ରେ ଆସି ବାଲେଶ୍ୱର ଷ୍ଟେସନରେ ଛାଡି ଦେଇ କେଉଁ ଆଡେ ଫେରାର ହୋଇଯାଇଛି । ସେଠାରେ ପୋଲିସ ସହାୟତାରେ ବସ୍ତାରେ ପହଞ୍ଚି ନ୍ୟାୟ ପାଇଁ ବସ୍ତା ଥାନା ରେ ଏତେଲା ଦେଇ ଥିଲେ। ମାତ୍ର ସ୍ୱାମୀଙ୍କ କୌଣସି ପତ୍ତା ନମିଳିବାରୁ ବାପ ଘର ଲୋକେ ଆସି ସଜନା ଙ୍କୁ ଘରକୁ ନେଇ ଯାଇଥିଲେ। ଏନେଇ ସଜାନା ଙ୍କ ବାପ ଘର ଲୋକେ ନ୍ୟାୟ ପାଇଁ ବସ୍ତା ଥାନା ଏବଂ ବାଲେଶ୍ୱର ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି।

ତେବେ ସଜନା ଦିବ୍ୟାଙ୍ଗ ପୂଅ କୁ ଧରି ବାପ ଘରେ ରହୁଥିବା ବେଳେ ଗତ ଅଗଷ୍ଟ ମାସ ରେ ସଜନା ଏକ କନ୍ୟା ସନ୍ତାନ କୁ ଜନ୍ମ ଦେଇଥିଲେ। ଏହାରି ଭିତରେ ସ୍ୱାମୀ ମିର ଅମର ଅଲ୍ଲି ଭଦ୍ରକ ର ଅନ୍ୟ ଜଣେ ଝିଅ କୁ ପ୍ରେମ ବିବାହ କରି ହାଇଦ୍ରାବାଦ ନେଇ ସେଠାରେ ରହୁଥିବା ଜାଣିବା ପରେ ସଜନା ନ୍ୟାୟ ପାଇଁ ୫ ବର୍ଷର ଦିବ୍ୟାଙ୍ଗ ପୁଅ ଏବଂ ୫ ମାସ ର କୁନି ଝିଅ କୁ ଧରି ଭୋକ ଉପାସ ରେ ସ୍ୱାମୀ ଙ୍କ ଘର ସାମ୍ନା ରେ ଧାରଣାରେ ବସିଛନ୍ତି । ଏପଟେ ଏହି ଘଟଣା ନେଇ ସ୍ୱାମୀ କିମ୍ବା ଶ୍ବଶୁର ଘର ଲୋକଙ୍କ କୌଣସି ପ୍ରତିକ୍ରିୟା ମିଳି ନଥିବା ବେଳେ ଯେତେବେଳ ପର୍ଯ୍ୟନ୍ତ ନ୍ୟାୟ ନମିଳିଛି ସେ ପର୍ଯ୍ୟନ୍ତ ଏମିତି ବସି ରହିବେ ବୋଲି କହଛନ୍ତି ସଜନା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.