ବ୍ରହ୍ମପୁର : ସଙ୍କଟରେ କଂସାରୀଙ୍କ କୌଳିକ ବୃତ୍ତି

ବ୍ରହ୍ମପୁର(କେନ୍ୟୁଜ୍) : ଠନ୍ ଠନ୍ ଶବ୍ଦରେ ଆରମ୍ଭ ହୁଏ ସେମାନଙ୍କର ଦିନ । ଆଉ ଏହି ଶବ୍ଦରେ ହିଁ ସେମାନଙ୍କର ପାହିଯାଏ ରାତି । କିନ୍ତୁ ଏବେ ବନ୍ଦ ହେବାକୁ ଲାଗିଛି ଏହି ଠନ୍ ଠନ୍ ଶବ୍ଦ । ହଁ ଆମେ କହୁଛୁ ବ୍ରହ୍ମପୁର ସହରରେ ବସବାସ କରୁଥିବା କଂସାରୀ ପରିବାରଙ୍କ କଥା । ଦୀର୍ଘ ବର୍ଷ ବର୍ଷ ଧରି ଏହି କଂସାରୀ ସାହିରେ ବସବାସ କରୁଛନ୍ତି ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ କଂସାରୀ ପରିବାର । ରୋଜଗାର କହିଲେ କେବଳ କେବଳ କଂସାରୀ କାମ ହିଁ ତାକୁ ଜଣା ।

ସକାଳ ୭ଟା ହେଲେ ହେଲେ କଂସାରୀ ସାହିରେ ଆରମ୍ଭ ହୋଇଯାଏ ଠନ୍ ଠନ୍ ଶଦ୍ଧ । ପୁଣି ବନ୍ଦ ହୁଏ ମଧ୍ୟାହ୍ନ୧୨ଟାରେ । ଏହାପରେ ପୁଣି ଆରମ୍ଭ ହୋଇଯାଏ ମଧ୍ୟାହ୍ନ ୨ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏଭଳି କଂସାରୀ ମାନେ ନିଜର କାର୍ଯ୍ୟରେ ବ୍ୟସ୍ତ ରହିଥାନ୍ତି । ପୁରୁଣା ହୋଇଯାଇଥିବା ପିତ୍ତଳ ସାମଗ୍ରୀକୁ ନୂଆ ରୂପ ଦେଇଥାନ୍ତି ଏମାନେ । ଆଉ ସାହୁକାରଙ୍କ ଠାରୁ କଂସା ଓ ପିତ୍ତଳ ସାମଗ୍ରୀ ଆଣି ତାହାକୁ ପ୍ରଥମେ କୋଇଲାରେ ପୋଡ଼ିବା ପରେ ତାହାକୁ ସାମାନ୍ୟ ବଡ଼ କରାଯାଇଥାଏ । ଏହାପରେ ହାତୁଡ଼ିରେ ବିଭିନ୍ନ ପ୍ରକାରର ଠାଣି ଦେଇଥାନ୍ତି କଂସାରୀ ମାନେ । ଠାଣି ଦିଆ ହେବା ପରେ ଏକ ମେସିନ୍‌ରେ ସେହି ସାମଗ୍ରୀକୁ ଲଗାଇ ପଲିସ୍ କରାଯାଇଥାଏ । ଏହାପରେ ପ୍ରସ୍ତୁତ ହୋଇଥାଏ ହାଣ୍ଡି ତଥା ତାବଲା । ଆଉ ଏଥିପାଇଁ କିଲୋଗ୍ରାମ ହିସାବରେ ପାରଶ୍ରମିକ ମଧ୍ୟ ପାଇଥାନ୍ତି । ଏହି ବଂଶର କୌଳିକ ବୃତ୍ତି ବଜାୟ ରଖିବା ନିମନ୍ତେ ଘରର ପିଲା ମାନେ ମଧ୍ୟ ନିଜର ପାଠ ପଢ଼ା ଶେଷ ହେବା ପରେ ଏହି କଂସାରୀ କାର୍ଯ୍ୟରେ ହିଁ ଲାଗିଥାନ୍ତି । ଏଥିରେ ତାଙ୍କୁ ବହୁ ମାତ୍ରାରେ ଖୁସୀ ମିଳିଥାଏ ବୋଲି ସେମାନେ ପ୍ରକାଶ କରିଛନ୍ତି ।

ଦୀର୍ଘ ବର୍ଷର ଏହି କୌଳିକ ବୃତ୍ତିରେ ଏବେ ଦେଖିବାକୁ ମିଳିଛି ସମସ୍ୟା । କାରଣ ଏହି କଂସା ଓ ପିତ୍ତଳ ସାମଗ୍ରୀ ପ୍ରସ୍ତୁତ କରିବା ସମୟରେ ପ୍ରଚଣ୍ଡ ଶବ୍ଦ ବାହାରିଥାଏ । ଯାହାକୁ ସ୍ଥାନୀୟ ଲୋକ ମାନଙ୍କ ନିମନ୍ତେ ତାହା ଆଦୗ ଉପଯୁକ୍ତ ନୁହେଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ପିଲା ଠାରୁ ବୁଢ଼ା ସମେତ ଅନେକ ରୋଗୀ ମଧ୍ୟ ବସବାସ କରୁଛନ୍ତି । ତେବେ ଏହି ଶବ୍ଦ ଶୁଣିବା ବେଳେ ସେମାନଙ୍କୁ ଅତ୍ୟନ୍ତ ବିରକ୍ତି ଲାଗିଥାଏ । ଏହାସହିତ ଏହି ଶବ୍ଦ ଯୋଗୁଁ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢ଼ାରେ ମଧ୍ୟ ଅସୁବିଧା ହୋଇଥାଏ ବୋଲି ଅଭିଯୋଗ କରିଛନ୍ତି କିଛି ସ୍ଥାନୀୟ ବାସିନ୍ଦା । ଯଥାଶୀଘ୍ର ଏହି କଂସାରୀ ପରିବାର ମାନେ ଏହି କାମ ବନ୍ଦ କରନ୍ତୁ ନଚେତ ଏମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଏହାଛଡ଼ା ପିତ୍ତଳ ସାମଗ୍ରୀକୁ ପଲିସ କରିବା ନିମନ୍ତେ ଯେଉଁ ଦ୍ରବ୍ୟ ବ୍ୟବାହାର କରୁଛନ୍ତି ତାହା ସମସ୍ତଙ୍କ ନିମନ୍ତେ କ୍ଷତିକାରକ ବୋଲି ସେମାନେ ଅଭିଯୋଗ କରିଛନ୍ତି । ସେପଟେ ସ୍ଥାନୀୟ ବାସିନ୍ଦା ମାନଙ୍କର ଏଭଳି ଅଭିଯୋଗ । ଏହାଛଡ଼ା କିଛି ସମୟରେ ସ୍ଥାନୀୟ ବାସିନ୍ଦା ମାନେ ଏହି କାମକୁ ବନ୍ଦ କରିବା ନିମନ୍ତେ ସେମାନଙ୍କ ସହିତ ଗଣ୍ଡୋଗଳ ମଧ୍ୟ କରିଥିବା ନେଇ ଅଭିଯୋଗ କରିଛନ୍ତି କଂସାରୀ ପରିବାର ମାନେ । ନିଜର କୗଳିକ ବୃତ୍ତିକୁ ବନ୍ଦ କରିଦେଲେ ସମାନଙ୍କର ପରିବାର କିଭଳି ଭାବେ ପ୍ରତିପୋଷଣ ହେବ ତାହାକୁ ନେଇ କଂସାରୀ କାରିଗର ମାନେ ପ୍ରଶ୍ନ ଉଠାଇଛନ୍ତି ।

ସ୍ଥାନୀୟ ବାସିନ୍ଦା ମାନେ କଂସାରୀ ମାନଙ୍କ ଏହି କାମକୁ ବିରୋଧ କରିବା ଏବଂ ସେମାନଙ୍କ ସହିତ ଗଣ୍ଡୋଗଳ କରୁଥିବା ଯୋଗୁଁ କଂସାରୀ ପରିବାର ମାନେ ବ୍ରହ୍ମପୁର ଉପ-ଜିଲ୍ଳାପାଳଙ୍କୁ ଭେଟି ନିଜର ଦୁଃଖ ଜଣାଇଛନ୍ତି । ଏହାଛଡ଼ା ଏହାର ତୁରନ୍ତ ସମାଧାନ କରିବା ନିମନ୍ତେ ଉପ-ଜିଲ୍ଲାପାଳଙ୍କୁ ସେମାନେ ଅନୁରୋଧ କରିଛନ୍ତି । ସେପଟେ ଉଭୟ ପକ୍ଷକୁ ଡ଼କାଯାଇ ଏହି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବ୍ରହ୍ମପୁର ଉପ-ଜିଲ୍ଲାପାଳ । ତେବେ କଂସାରୀ ମାନଙ୍କର ଏହି କାମ କୗଳିକ ବୃତ୍ତି ହୋଇଥିବା ଯୋଗୁଁ ଏହାକୁ ବନ୍ଦ କରାନଯାଇ ଏହାର ଅନ୍ୟ କୗଣସି ସମାଧାନର ବାଟ ବାହାର କରାଯିବ । ଏହାଛଡ଼ା କଂସାରୀ ମାନେ ସ୍ଥାନୀୟ ବାସିନ୍ଦାଙ୍କୁ ବିରକ୍ତ କରାନଗଲା ଭଳି କିଭଳି ନିଜର କୌଳିକ ବୃତ୍ତି ଜାରୀ ରଖିବେ ସେ ନେଇ ପଦକ୍ଷେପ ନିଆଯିବ ବୋଲି ଉପ-ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏଥିପାଇଁ ଏକ କମିଟି ଗଠନ କରାଯାଇ ଏହାର ଦଦନ୍ତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ଯୋଗୁଁ କଂସାରୀ କାରିଗର ମାନେ ନିଜ ଘରେ ଜରି ଆଚ୍ଛାଦିତ କରି କାମ କରିବା ସହିତ ସାହି ବାହାରେ ମଧ୍ୟ ଶାଳ କରି ଏହି କାମ କରୁଛନ୍ତି । ତଥାପି ମଧ୍ୟ କଂସାରୀ ମାନଙ୍କୁ ବିରୋଧ କରୁଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ କଂସାରୀ ମାନଙ୍କର ଏହି ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲା ପ୍ରଶାସନ କେଉଁ ଭଳିଆ ପଦକ୍ଷେପ ନେଉଛି ତାହାକୁ ଅପେକ୍ଷା କରିଛନ୍ତି କଂସାରୀ କାରିଗର ମାନେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.