ଯଶିପୁର: ଟୋଲ ଗେଟ୍‌ ନିକଟରେ ଦୁର୍ବୃତ୍ତଙ୍କ ଗୁଳିମାଡ଼, ୨ ଆହତ

ଯଶିପୁର (କେନ୍ୟୁଜ): ଯଶିପୁର ଟୋଲ ଗେଟ୍‌ ନିକଟରେ ଦୁର୍ବୁତ୍ତମାନଙ୍କ ବନ୍ଧୁକ ଚାଳନା। ଦେବସେନା ପକ୍ଷରୁ ଯଶିପୁର ଟୋଲ ଗେଟରେ ଗାଈଗୋରୁକୁ ନେଇ ଯାଉଥିବା ଗାଡି ଗୁଡିକୁ ଅଟକାଉ ଥିଲେ । ହଠାତ ଦୁର୍ବୁତ୍ତ ଆକ୍ରମଣର ଶିକାର ହେବାକୁ ପଡିଛି ଦେବସେନା କର୍ମକର୍ତ୍ତାଙ୍କୁ । ଦୁର୍ବୁତ୍ତମାନେ ବନ୍ଧୁକରେ ଆକ୍ରମଣ କରିଥିଲେ । ବନ୍ଧୁକ ଗୁଳିରେ ୨ଜଣ ଗୁରୁତର ହୋଇଛନ୍ତି ।

ଜଣକ ଗୋଡ଼ ରେ ଗୁଳି ବାଜି ଥିବା ବେଳେ ଜଣକ ହାତ ରେ ଗୁଳି ବାଜିଛି । ବନ୍ଧୁକ ଫୁଟାଇ ଦୁର୍ବୁତ୍ତ ଘଟଣା ସ୍ଥାନରୁ ଫେରାଇ ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ ପ୍ରଥମେ ଯଶିପୁର ଡାକ୍ତରଖାନା ପରେ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଟୋଲ ଗେଟ ନିକଟରେ ଯଶିପୁର ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ଟୋଲ ଗେଟ୍‌ ରେ ଥିବା CCTV ଫୁଟେଜ ମଧ୍ୟ ଯାଞ୍ଚ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.